Tue. Aug 18th, 2026

ବାହା ହେବେ ଓଡ଼ିଶାର ପ୍ରଥମ କିନ୍ନର ଓଏଫ୍ଏସ୍ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା

348 Views

ଭୁବନେଶ୍ୱର  :   ବାହା ହେବେ ଓଡ଼ିଶାର ପ୍ରଥମ କିନ୍ନର ଓଏଫ୍ଏସ୍ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା। ଦୀର୍ଘ ଦିନର ପ୍ରେମ, ପ୍ରଣୟ ବିବାହର ରୂପ ନେଉଥିବାରୁ ସେଇ ସ୍ୱପ୍ନରେ ଏବେ ବିଭୋର ଐଶ୍ୱର୍ଯ୍ୟା। ଦିନେ ତାଙ୍କ ଅନ୍ତରାତ୍ମା ଯାହା ଚାହୁଁଥିଲା ତାହା ଏବେ ପୂରା ହେବାକୁ ଯାଉଛି। ବାହା ହେବେ, ପୋଷ୍ୟ କନ୍ୟାଟିଏ ଗ୍ରହଣ କରି ଘର ସଂସାର କରିବେ। ସମଲିଙ୍ଗୀ ସଂପର୍କ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ତାଙ୍କୁ ଜୀଇଁବାର ନୂଅା ରାହା ଦେଇଥିବାରୁ ସେଇ ଖୁସିରେ ଗୋଡ଼ ତଳେ ଲାଗୁନି ଯେମିତି ଐଶ୍ୱର୍ଯ୍ୟାଙ୍କର।

କନ୍ଧମାଳ ଜିଲ୍ଲାର ଐଶ୍ୱର୍ଯ୍ୟା ଋ଼ତୁପର୍ଣ୍ଣା ପ୍ରଧାନ। ପୂର୍ବରୁ ସେ ଥିଲେ ରତିକାନ୍ତ, ଗଣଯୋଗାଯୋଗ ବିଭାଗର ଛାତ୍ର। କିନ୍ତୁ ସାମ୍ବାଦିକତା ନକରି ୨୦୧୦ରେ ଓଡ଼ିଶା ସିଭିଲ୍ ସର୍ଭିସରେ ଯୋଗଦେଇଥିଲେ। କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପରେ ୨୦୧୫ରେ ସେ ନିଜର ଲିଙ୍ଗ ପରିବର୍ତ୍ତନ କରି ରତିକାନ୍ତରୁ ଋତୁପର୍ଣ୍ଣା ବନିଯାଇଥିଲେ। ଗତ ୨ବର୍ଷ ହେଲା ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଅଛି। ସମଲିଙ୍ଗୀ ସମ୍ପର୍କକୁ ସୁପ୍ରିମକୋର୍ଟଙ୍କ ସମର୍ଥନ ପରେ ଏବେ ତାଙ୍କୁ ବିବାହ କରିବାକୁ ମନସ୍ଥ କରିଛନ୍ତି।

ତେବେ ସମଲିଙ୍ଗୀ ବିବାହ ସମ୍ପର୍କରେ ସୁପ୍ରିମକୋର୍ଟ କୌଣସି ମତ ରଖିନଥିବାବେଳେ କଣ ହେବ ଐଶ୍ୱର୍ଯ୍ୟାଙ୍କ କ୍ଷେତ୍ରରେ ? ହିନ୍ଦୁ ବିବାହ ଅାଇନରେ ସମଲିଙ୍ଗୀ ବିବାହ ସପକ୍ଷରେ କୌଣସି ପ୍ରାବଧାନ ନଥିବାରୁ କେଉଁ ଅାଇନ ଅାଧାରରେ ନିଜ ପୁରୁଷ ବନ୍ଧୁଙ୍କୁ ବିବାହ କରିବେ ଐଶ୍ୱର୍ଯ୍ୟା?

ତେବେ ବରିଷ୍ଠ ଅାଇନଜୀବୀ ଧରଣୀଧର ନାୟକଙ୍କ ମତ, ସମଲିଙ୍ଗୀ ବିବାହ ସପକ୍ଷରେ ଅନ୍ୟ ଏକ ଅାଇନର ଅାବଶ୍ୟକତା ରହିଛି।

By amfnews

Related Post