Fri. Jun 26th, 2026

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

314 Views

ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପ୍ରତାପ ଷଡଙ୍ଗୀ ଅଚାନକ ପରିଦର୍ଶନ କରିଛନ୍ତି । ମେଡିକାଲରେ ରୋଗୀଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ସକାଳ ପ୍ରାୟ ୮ଟା ବେଳେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ । ମେଡିକାଲରେ ପହଂଚି ପ୍ରଥମେ ରୋଗୀଙ୍କ ନିକଟକୁ ଯାଇ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ।

ରୋଗୀମାନେ ତଳେ ଶୋଇଥିବାର ଦେଖି ଏବଂ ଅପରିଷ୍କାର ପରିବେଶକୁ ଦେଖି କ୍ଷୋଭ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ  ସେବା ସୁଧାରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ତେବେ ତାଙ୍କର ଏହି ପରିଦର୍ଶନ ସଂପର୍କରେ ନା ଗଣମାଧ୍ୟମ ନା ହିଁ ଦଳୀୟ କର୍ମୀମାନେ ଜାଣିନଥିଲେ । ତାଙ୍କର ଏହି ନିଆରା ବ୍ୟକ୍ତିତ୍ୱ ପାଇଁ ସେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିଜର ପ୍ରଚାର ପ୍ରସାରଠାରୁ ଦୂରରେ ରହି ଲୋକମାଙ୍କର ସମସ୍ୟାର ସମାଧାନ କରିବା ପାଇଁ ପ୍ରତାପଙ୍କର ଏଭଳି ପ୍ରୟାସକୁ ସମସ୍ତେ ସ୍ୱାଗତ କରିଛନ୍ତି ।

ଲୋକସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ଏବଂ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ବାଲେଶ୍ୱରର ପ୍ରତାପ ଷଡଙ୍ଗୀ ନିଜର ସାଧୁତ୍ୱ ତଥା ସରଳ ଜୀବନ ଶୈଳୀଙ୍କୁ ବେଶ୍ ଚର୍ଚ୍ଚାରେ ରହିଆସିଛନ୍ତି । ବଡ଼ ପଦ ପାଇଲା ପରେ ବି ବଦଳିନି ଜୀବନଚର୍ଯ୍ୟା ଆଉ ବଦଳି ନାହାନ୍ତି ନୀଳଗିରି ନନା, ଗୋପିନାଥପୁର ଗାଁର ଅତି ପ୍ରିୟ ପ୍ରତାପ ନନା ।ମନ୍ତ୍ରୀପଦ ପାଇଲା ପରେ ଦିଲ୍ଲୀରେ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ଚାକଚକ୍ୟ ଆଉ ବିଳାସପୂର୍ଣ୍ଣ କ୍ୱାଟର ପାଇଲା ପରେ ବି ପ୍ରତାପ ଷଡଙ୍ଗୀ ଗାଁକୁ ଆସି ନିଜ ଶୈଳୀ ମଧ୍ୟ ବଦଳାଇ ନାହାନ୍ତି । ଯେମିତି ଆଗରୁ ଥିଲେ ଠିକ୍ ସେମିତି ଆଜି ବି ଅଛନ୍ତି । ସେହି ଭାବ, ସେହି ଭଙ୍ଗୀ  ସେହି ଜାମାଯୋଡ଼ ସେହି ଜୀବନଶୈଳୀ ।

By amfnews

Related Post