Sat. Jul 25th, 2026

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ଉଦ୍ଧାର ହେଲା ୩ ମୃତଦେହ

266 Views

ମାଲକାନଗିରି  : ମାଲକାନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାରରେ ଏକ ଡଙ୍ଗା ଓଲଟିବା ଘଟଣାରେ ନିଖୋଜ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତୋଟାଗୁଡ଼ା ନିକଟରୁ ସମସ୍ତ ୩ଟି ଯାକ ମୃତଦେହ ଗତକାଲି ଉଦ୍ଧାର ହେବା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଗତ ଶୁକ୍ରବାର ଏହି ଅଘଟଣ ଘଟିଥିଲା ।

ଗତ ଶୁକ୍ରବାର ବାଲିମେଳା ଜଳ ଭଣ୍ଡାର ଦେଇ ୫ ଜଣ ନାକାମାମୁଡିରୁ ଦେଶୀ ଡଙ୍ଗାରେ ତୋଟାଗୁଡ଼ା ଯାଉଥିଲେ। ଆମ୍ବିଳିବେଢା ନିକଟରେ ପ୍ରବଳ ବର୍ଷା ହେଉଥିବା ବେଳେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳରେ ଆସି ପହଞ୍ଚିଥିଲେ। ଏହା ପରଦିନ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା।   ଏହାପରେ ଗତକାଲି ଆଉ ୩ଟି ମୃତଦେହ ଉଦ୍ଧାର ହୋଇଥିଲା।  ମୃତକମାନେ ସମସ୍ତେ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି । କୂଳଠାରୁ ବହୁ ଦୂରରେ ଏହି ଅଘଟଣ ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ହୋଇଥିଲା

 

By amfnews

Related Post