Sun. Oct 4th, 2026

ବାଲିଗଦା ଉପରେ ପ୍ରସବ କଲେ ମହିଳା

299 Views

କୋରାପୁଟ  : ଡାକ୍ତରଖାନା ପରିସରରେ ଥିବା ବାଲି ଗଦା ଉପରେ ପ୍ରସବ । କୋରାପୁଟ ମେଡିକାଲ କଲେଜ ପରିସରରେ ଥିବା ମାତୃ ଓ ଶିଶୁ ଚିକିତ୍ସାଳୟ ଅାଗରେ ଥିବା ବାଲିଗଦା ଉପରେ ଶିଶୁ ପୁତ୍ର ଜନ୍ମ ଦେଲେ ମହିଳା ।

ମିଳିଥିବା ସୂଚନା ଅନୁସାରେ, ପ୍ରସବ ଯନ୍ତ୍ରଣା ହେବାରୁ ବଡ଼ସୁକୁ ଗାଁର ଧନ ଜାନୀ ନିଜ ସ୍ତ୍ରୀଙ୍କୁ ବାଇକ୍‌ରେ ମେଡିକାଲ କଲେଜକୁ ଅାଣିଥିଲେ। ପାହାନ୍ତିଅା ସମୟରେ ମେଡିକାଲରେ ପହଞ୍ଚିଥିଲେ। ଗୋଟିଏ ପଟେ ଡାକ୍ତରଖାନାରେ କାଗଜପତ୍ର କାମରେ ବିଳମ୍ବ ହେଉଥିବାବେଳେ ଏପଟେ ସ୍ତ୍ରୀଙ୍କର ପ୍ରସବ ଯନ୍ତ୍ରଣା ଜୋର୍‌ ହୋଇଥିଲା।

By amfnews

Related Post