Mon. Sep 7th, 2026

ବାରିପଦା: ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

288 Views

ବାରିପଦା: ଆଜି ସକାଳେ  ମୟୂରଭଞ୍ଜ ଜିଲ୍ଲାମୋରଡ଼ା ବ୍ଲକ୍‌ ଘୋଳମୁହାଁ ନିକଟସ୍ଥ ରାଙ୍ଗଦାଡାମ ଜାମ୍ଭୀରା ନଦୀରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଅବସ୍ଥାର ଠାବ କରାଯାଇଛିି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ ଠାରୁ ପ୍ରକାରେ , ଗତକାଲିି ସନ୍ଧ୍ୟାରେ ମୃତଦେହ ନଦୀରେ ଭାଶୁଥିବା ସମ୍ପର୍କରେ ସୂଚନା ମିଳିଥିଲା। ଆଜି ସକାଳେ ମୃତଦେହ ପାଣିରୁ ଉଦ୍ଧାର ହେବା ପରେ ଏହାକୁ ଚିହ୍ନଟ କରାଯାଇଛି। ମୃତଦେହଟି ଶୁଳିଆପଦା ଥାନା ଅନ୍ତର୍ଗତ ଭୋରୁଙ୍ଗାଶୁଳ ଗ୍ରାମର ବାଇଧର ହେମ୍ବ୍ରମ(୬୫ ବର୍ଷ)ଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି। ସେ ଗତକାଲି ନିଜ ଶ୍ୱଶୁର ଘର ଚିତ୍ରଡ଼ା ଥାନା ଅଞ୍ଚଳକୁ ଆସୁଥିବା ବେଳେ କୌଣସି ପରିସ୍ଥିତିରେ ନଦୀରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି।

By amfnews

Related Post