Mon. Jul 6th, 2026

ବାରିପଦା: ଧକ୍କା ଦେଇ ମୁଣ୍ଡ ଉପରେ ଡମ୍ପର୍‌ ଚଢ଼ିଯିବାରୁ ବାଇକ୍‌ରେ ବସି ଡାକ୍ତରଖାନା ଯାଉଥିବା ମହିଳା ମୃତ

492 Views

ବାରିପଦା: ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବାରିପଦା ସହରର ମୁର୍ଗାବାଡ଼ି ଛକ ଠାରେ ଗୋଟିଏ ଡମ୍ପର୍‌ ଧକ୍କା ଦେଇ ଚଢ଼ିଯିବାରୁ ମୋଟର୍‌ ସାଇକେଲ୍‌ରେ ବସି ଯାଉଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ମୃତ ମହିଳା ହେଉଛନ୍ତି ବହଳଗୁଡ଼ା ଗାଁ’ର ସବିତା ଘୋଷ। ତାଙ୍କର ଆନୁମାନିକ ବୟସ ୬୦ ବର୍ଷ ହେବ। ଡାକ୍ତରଙ୍କ ପରାମର୍ଶ ପାଇଁ ଆଜି ସବିତା ନିଜ ଜ୍ୱାଇଁ ଆନନ୍ଦ ପାତ୍ରଙ୍କ ମଟରସାଇକେଲ୍‌ ପଛରେ ବସି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌ ଅଭିମୁଖେ ଯାଉଥିଲେ।
ପୁଲିସ କହିବା ଅନୁସାରେ, ସମ୍ଭବତଃ ଡମ୍ପର୍‌ଟି ପଛପଟୁ ମଟରସାଇକେଲ୍‌କୁ ଧକ୍କା ଦେବାରୁ ସବିତା ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡ ଉପରେ ଡମ୍ପର ଚଢ଼ିଯାଇଥିଲା।

ଦୁର୍ଘଟଣାରେ ଜ୍ୱାଇଁ ଆନନ୍ଦଙ୍କର ତିଳେମାତ୍ର ଆହତ ହୋଇ ନାହାନ୍ତି। ଦୁର୍ଘଟନା ଘଟାଇ ଥିବା ଡମ୍ପର୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

ଦୁର୍ଘଟନା ଘଟିଥିବା ସ୍ଥାନରେ ସ୍ଥାନୀୟ ଲୋକେ ଏକତ୍ର ହୋଇଛନ୍ତି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି।

By amfnews

Related Post