Thu. Jun 11th, 2026

ବାରିପଦାରେ ଶ୍ରୀଜନ୍ନାଥ ଦର୍ଶନ କରି ପ୍ରଚାର ଅଭିଯାନରେ ବାହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

281 Views

ବାରିପଦା: ପ୍ରଚାର ଅଭିଯାନରେ ବାହାରିବା ପୂର୍ବରୁ ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାର ପ୍ରସିଦ୍ଧ ହରିବଳଦେବଜୀଉ ମନ୍ଦିରକୁ ଯାଇ ତିନି ଦିଅଁଙ୍କୁ ଦର୍ଶନ କରିଛନ୍ତି।

ଦିଅଁଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂଜକଙ୍କୁ ଦକ୍ଷିଣା ଦେଇଛନ୍ତି। ମନ୍ଦିରର ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ଠାରେ କେତେକ ଦାବି ଉପସ୍ଥାପ କରିଥିଲେ। ତାହା ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।ନିର୍ଦ୍ଧାରିତ ସମୟରେ ମନ୍ଦିରରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟିକା ପ୍ରାର୍ଥିନୀ ସରୋଜିନୀ ହେମ୍ବ୍ରମ୍‌ଙ୍କ ସମେତ ବହୁ ନେତୃବୃନ୍ଦ, ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।

ଏହା ପରେ ମୁଖ୍ୟମନ୍ତ୍ରୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅଭିଯାନରେ ବାହାରି ଉଦଳା, ମୋରଡ଼ା ଏବଂ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ବାଙ୍ଗିରିପୋଷିରେ ଏକ ରୋଡ୍‌ ସୋ’ କରିବେ।

By amfnews

Related Post