Sun. May 17th, 2026

ବାରହା ମାରିବାକୁ ଘରେ ବୋମା ତିଆରି ବେଳେ ବିସ୍ଫୋରଣ: ଜଣେ ମୃତ, ୨ଗୁରୁତର

202 Views

ବାରିପଦା  : ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜଟିଆଶୋଳ ଗ୍ରାମର କିଛି ଲୋକ ବାରାହା ଶିକାର ପାଇଁ ନିଜ ଘରେ  ବୋମା ପ୍ରସ୍ତୁତି କରୁଥିବା ବେଳେ ଘଟିଛି ଏକ ଅଘଟଣ। ବିସ୍ଫୋରଣରେ ଆହତ ଭକ ସରେନଙ୍କ  କହିବା ମୁତାବକ ବାରହା ଶିକାର ପାଇଁ  ଭକ ସରେନ, ଜଗର ମୁର୍ମୁ ଓ ଦାସ ଟୁଡୁ ନିଜ ଘରବାଡ଼ିରେ ହାତ ତିଆରି ବୋମାରେ ବାରୁଦ ଭର୍ତ୍ତି କରୁଥିବା ସମୟରେ ଏହି ଘଟଣା ଘଟିଛି । ଫଳରେ ଘଟଣା ସ୍ଥଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ବହୁ ଜୋରରେ ଶବ୍ଦଶୁଣି ଗ୍ରାମବାସୀ ଆସି ଦେଖିବା ପରେ ସେମାନଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ନେଇଯାଉଥିବା ସମୟରେ ମୁର୍ଗବାଡିଠାରେ ଦାସ ଟୁଡୁର ମୃତ୍ୟୁ ହୋଇଥିବା ବେଳେ ଜଗର ମୁର୍ମୁକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ ।
ବୋମା ଫୁଟିବା ଘଟଣାକୁ ଲୁଚାଇବାକୁ ଯାଇ ମୃତବ୍ୟକ୍ତିଙ୍କୁ ଡାକ୍ତରଖାନାରୁ ଫେରାଇ ଆଣିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଝାରପୋଖରିଆ ଥାନାଧିକାରୀ ଶରତ କୁମାର ମହାଳିକ ଜଟିଆଶୋଳ ଗ୍ରାମରେ ପହଁଚି ମୃତ ବ୍ୟକ୍ତି ଦାସ ଟୁଡୁର ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବାରିପଦା ପଠାଇ ଥିବାବେଳେ ଘଟଣା ସ୍ଥଳରୁ ବୋମା ତିଆରି ସାମଗ୍ରୀର ଜିନିଷ ଜବତ କରିଛନ୍ତି । ଅନ୍ୟପଟେ  ଘରେ ଲୁଚି ରହିଥିବା ଭକ ସରେନର ଦୁଇ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ଦେଖି ଆଇଆଇସି ତାକୁ ସ୍ଥାନୀୟ ଡାକ୍ତରଖାନାକୁ  ଚିକିତ୍ସିତ ପାଇଁ  ପଠାଇଛନ୍ତି  । ଏବିଷୟରେ ପ୍ରକୃତ ଘଟଣା ତଦନ୍ତ ପରେ ଜଣାପଡିବ ବୋଲି ଆଇଆଇସି ପ୍ରକାଶ କରିଛନ୍ତି ।

By amfnews

Related Post