Sat. Jun 13th, 2026

ବାଦାମବାଡ଼ି ଥାନା ନିକଟରୁ ୮୧ ଲକ୍ଷ ଟଙ୍କା ଜବତ

187 Views

କଟକ : କଟକ ବାଦାମବାଡ଼ି ଥାନା ନିକଟରୁ କମିଶନରେଟ୍‌ ପୁଲିସ୍‌ ୮୧ ଲକ୍ଷ ଟଙ୍କା ଜବତ କରିଛି। ଏଥିସହ ଦୁଇ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖିଛି। ଏହି ଦୁଇ ଯୁବକ ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାର ସୁନା ବ୍ୟବସାୟୀ ବୋଲି ପରିଚୟ ଦେଇଛନ୍ତି।

ଗତକାଲି ବିଳମ୍ୱିତ ରାତିରେ ଏହି ଦୁଇ ଯୁବକ ବ୍ୟାଗ୍‌ରେ ଟଙ୍କା ନେଇ ଯାଉଥିବା ବେଳେ ସନ୍ଦେହ ହେବାରୁ ପୁଲିସ୍ ସେମାନଙ୍କୁ ଅଟକାଇ ଥିଲା। ସେମାନଙ୍କ ବ୍ୟାଗ୍‌ ଯାଞ୍ଚ କଲା ବେଳେ ସେଥିରେ ଏତେ ପରିମାଣରେ ଟଙ୍କା ଥିବା ଦେଖିବାକୁ ମିଳିଥିଲା। ଏହା ସେମାନଙ୍କ ବ୍ୟବସାୟ ଟଙ୍କା ବୋଲି ଦୁଇ ଯୁବକ କହିଛନ୍ତି। ଏନେଇ ପୁଲିସ୍‌ ଆୟକର ବିଭାଗକୁ ଅବଗତ କରାଇଛି। ଆୟକର ବିଭାଗ ଘଟଣାର ତଦନ୍ତ କରିବ ବୋଲି ଜଣାପଡ଼ିଛି।

By amfnews

Related Post