Fri. Apr 24th, 2026

ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ନଷ୍ଟ ହୋଇଯାଇଥିଲେ ମାତ୍ର ୨୦୦ ଟଙ୍କାରେ ମିଳିବ ନୂଆ ଗ୍ୟାସ୍ ସିଲିଣ୍ଡର

229 Views

ଭୁବନେଶ୍ୱର  :   ବାତ୍ୟା ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦିଓ ବନ୍ୟା ସ୍ଥିତିରେ ସୁଧାର ଆସିଛି, କିନ୍ତୁ ଏବେବି ଲୋକଙ୍କ ଦୁର୍ଦ୍ଦଶା କମି ନାହିଁ। ଲୋକଙ୍କ ଘରେ ବନ୍ୟା ପାଣି ପଶି ଯାଇଥିବାରୁ ଆସବାପତ୍ର ନଷ୍ଟ ହୋଇଯାଇଛି। ଏଭଳି ସମୟରେ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି IOCL।

ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ଉପଭୋକ୍ତାମାନଙ୍କର ସିଲିଣ୍ଡର ହଜିଯାଇଥିଲେ, ଉପଯୁକ୍ତ ପ୍ରମାଣ ଦେଇ ସେମାନେ ମାତ୍ର ୨୦୦ଟଙ୍କାରେ ନୂଆ ସିଲିଣ୍ଡର ପାଇପାରିବେ। ସେହିପରି ଅନ୍ୟାନ୍ୟ ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କୁ ୧୨୦୦ଟଙ୍କାରେ ନୂଆ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି IOCL ପକ୍ଷରୁ ଘୋଷଣା କରାଯାଇଛି।

ଏହାଛଡ଼ା ଯଦି ଗ୍ୟାସ୍‌ କାଗଜପତ୍ର ନଷ୍ଟ ହୋଇଯାଇଥାଏ, ପୁଣି ଥରେ ନୂଆ କାଗଜ ତିଆରି କରି ଯୋଗାଇ ଦେବାପାଇଁ  ତୈଳ ବିତରଣ କମ୍ପାନୀମାନେ ସହଯୋଗ କରିବେ।

ଏହି ସୁବିଧା ଯୋଗାଇଦେବା ପାଇଁ  ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ ମାନ ଆୟୋଜନ କରାଯିବ ଓ ଏହାର ସୂଚନା ଗ୍ୟାସ୍‌ ବିତରକ ଓ ଅନ୍ୟାନ୍ୟ ମାଧ୍ୟମରେ ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚାଇ ଦିଆଯିବ।

By amfnews

Related Post