Sat. Jul 25th, 2026

ବାଣ ତିଆରି ବେଳେ ବିସ୍ଫୋରଣ: ଦୁଇ ଶିଶୁ ଗୁରୁତର

217 Views

ଭଦ୍ରକ : ବାଣ ତିଆରି ବେଳେ ବିସ୍ଫୋରଣ ଘଟି ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ଦକ୍ଷିଣ ସାହିରେ ଘଟିଛି। ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ କନ୍ୟା ଥିବା ଥିବା ଜଣାପଡ଼ିଛି।
ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶିଶୁ ପୁତ୍ରର ବୟସ ୪ ବର୍ଷ ହୋଇଥିବା ବେଳେ ଶିଶୁକନ୍ୟାର ବୟସ ୫ବର୍ଷ ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ଦକ୍ଷିଣ ସାହିରେ ଜଣଙ୍କ ଘରେ ବାଣ ତିଆରି ଚାଲିଥିଲା। ଏହି ସମୟରେ ଶିଶୁଦ୍ୱୟ ସେଠାରେ ଖେଳୁଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ପିଲା ମଶା ଧୂପରେ ନିଆଁ ଲଗାଇ ବାରୁଦରେ ଲଗାଇ ଦେଇଥିଲା। ଫଳରେ ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଜଣ ଶିଶୁ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁଇ ଶିଶୁଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଛି।

By amfnews

Related Post