Tue. Sep 29th, 2026

ବାଘ ଛାଲ ଜବତ, ଶିକାରୀ ଗିରଫ

250 Views

କଟକ , ନଭେମ୍ବର ୨୭: ଆଠଗଡ ବନଖଣ୍ଡରେ ବାଘ, ହାତୀ, ସମ୍ବର, ହରିଣ ସମେତ ବିଭିନ୍ନ ବନ୍ୟଜନ୍ତୁ ଶିକାର କରି ଚମଡା, ନଖ, ଦାନ୍ତକୁ ଚାଲାଣ କରୁଥିବା ଜଣେ ଶିକାରୀକୁ ଆଜି ବନବିଭାଗ ଗିରଫ କରିଛି। ତା’ ନିକଟରୁ ଏକ ବାଘ ଚମଡା ଜବତ୍‌ ହୋଇଛି। ୮/୯ମାସ ତଳେ ମଧ୍ୟ ସାତକୋଶିଆ ଜଙ୍ଗଲରୁ ଉକ୍ତ ଶିକାରୀ ସାମିଲ ଥିବା ଗ୍ୟାଙ୍ଗ ବାଘ ଶିକାର କରିଥିଲେ। ନିକଟରେ ଶିକାର କରିଥିବା କଲରାପତରିଆ ବାଘର ଚମଡାକୁ ବିକ୍ରି ପାଇଁ ନୟାଗଡକୁ ନେଉଥିବା ବେଳେ ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ମୋବାଇଲ ସ୍କ୍ବାଡ ଆଜି ଶିକାରୀ ଇଚ୍ଛାନନ୍ଦ ଜାନି(୩୦)କୁ ଗିରଫ କରିଛି।

By amfnews

Related Post