Wed. Sep 9th, 2026

ବାଇକ୍‌ରେ ଆସିଲେ, ଝାମ୍ପି ନେଲେ

179 Views

ଫୁଲବାଣୀ : ବାଇକ୍‌ରେ ଆସି ଲକ୍ଷେ ଟଙ୍କା ଝାମ୍ପି ନେଲେ ଦୁଇ ଲୁଟେରା। ଘଟଣା ଘଟିଛି ଫୁଲବାଣୀ ସହରରେ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ଶଙ୍କର ରାଓ ଦୋରା। ତାଙ୍କ ଘର ପିଅନପଡ଼ାରେ।

ଅଭିଯୋଗ ଅନୁସାରେ, ଶଙ୍କରଙ୍କ ଘର କାମ ଚାଲିଥିବାରୁ ଗତକାଲି ସେ ଫୁଲବାଣୀ ମୁଖ୍ୟ ବଜାରସ୍ଥିତ ଏସ୍‌ବିଆଇ ଶାଖାରୁ ଲକ୍ଷେ ଟଙ୍କା ଉଠାଇ ତାଙ୍କ ସ୍କୁଟରରେ ଜେଲ ରୋଡ୍ ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ ରାସ୍ତାରେ ତାଙ୍କର ଜଣେ ଅଫିସ୍ କର୍ମଚାରୀଙ୍କ ସହିତ ଦେଖା ହେବାରୁ ସ୍କୁଟର ରାସ୍ତାରେ ରଖି ତାଙ୍କ ସହିତ କଥା ହେଉଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ଗୋଟିଏ ବାଇକ୍‌ରେ ଆସି ତାଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପି ନେଇ ଯାଇଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କର ପିଛା କରିଥିଲେ।  ହେଲେ ସେମାନଙ୍କୁ ପାଇ ନଥିଲେ। ତା’ପରେ ଏନେଇ ସେ ଟାଉନ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post