Fri. Oct 2nd, 2026

ବାଇକ୍‌ରେ ଅାସି ଲୁଟି ନେଲେ ଲକ୍ଷାଧିକ ଟଙ୍କା

192 Views

କଟକ, ନଭେମ୍ବର ୦୯: ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍‌। କଟକ ମାଲଗୋଦାମର ଜଣେ ଚାଉଳ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ୧୫ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ନାଁ ନବ କିଶୋର ସାହୁ।

ସୂଚନା ଅନୁସାରେ, ଗତକାଲି ରାତରେ ନବ କିଶୋର ବ୍ୟବସାୟୀ ସାରି ଟଙ୍କା ବ୍ୟାଗ୍‌କୁ ଗାଡି ଡିକିରେ ରଖି ଦୋକାନ୍‌ ସଟର୍‌ ପକାଇବା ବେଳେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ହଠାତ୍‌ ଆସି ଟଙ୍କା ବ୍ୟାଗ୍‌ଟିକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।ବ୍ୟବସାୟୀ ଜଣକ ଘଟଣା ସମ୍ପର୍କରେ ମାଲଗୋଦାମ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଛାନ୍‌ଭିନ୍ ଆରମ୍ଭ କରିଛି।

By amfnews

Related Post