Thu. Jun 11th, 2026

ବାଇକ୍‌ରୁ ପଡ଼ିଯାଇଥିବା ଦୁଇ ଯୁବକଙ୍କ ଉପରେ ଚଢ଼ିଗଲା ବସ୍‌ ,ଜଣେ ମୃତ ଅନ୍ୟ ଜଣେ ଆହତ

214 Views

କଟକ  : ଗୁରୁବାର ସକାଳ ସାଢ଼େଛଅଟା ପରେ ଅଂଶୁପା ନିକଟରେ ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ବସ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ପରିଚୟ ଜଣାପଡ଼ି ନ ଥିବା ସେ ଦୁଇ ବ୍ୟକ୍ତି ଗୋଟାଏ ପଲ୍‌ସର୍‌ ମଟର୍‌ସାଇକେଲ୍‌ ଯୋଗେ ଯାଉଥିଲେ। ରାସ୍ତାରେ ଥିବା ଗୋଟାଏ ଖାଲରେ ବାଇକ୍‌ ଚକ ପଡ଼ିଯିବାରୁ ସେମାନେ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡ଼ିଯାଇଥିଲେ। ଠିକ୍‌ ଏହି ସମୟରେ କଟକରୁ ଅନଗୁଳ ଯାଉଥିବା ‘ଚକାଡୋଳା’ ନାମକ ଯାତ୍ରୀବାହୀ ବସ୍‌ଟି ହଠାତ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଲା।

ଅନ୍ୟଜଣଙ୍କୁ ଅତି ସାଙ୍ଘାତିକ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି।

By amfnews

Related Post