Thu. Jun 11th, 2026

ବାଂଲାଦେଶ ସୀମାନ୍ତରେ ବାଡ଼ ବୁଜିବା ପାଇଁ ୧, ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ହୋଇଛି

191 Views

ନୂଆଦିଲ୍ଲୀ  : ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଓ ବାଂଲାଦେଶ ଆନ୍ତର୍ଜାତିକ ସୀମାନ୍ତରେ ବାଡ଼ ବୁଜିବା ପାଇଁ ସମୁଦାୟ ୧, ୧୩୮. ୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଆନ୍ତର୍ଜତିକ ସୀମାନ୍ତର ସମୁଦାୟ ଦୀର୍ଘତା ହେଉଛି ୪୦୯୬. ୭୦ କିଲୋମିଟର ଏବଂ ସେଥିରୁ ୩୩୨୬. ୧୪ କିଲୋମିଟର୍‌ ବାଡ଼ ବୁଜିବା ପାଇଁ ଅର୍ଥ ମଞ୍ଜୁରି ହୋଇଛି। ଡିସେମ୍ବର ୨୦୨୦ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି।

ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ କହିବା ଅନୁସାରେ, ସୀମାନ୍ତ ଅଞ୍ଚଳରେ ବାଡ଼, ରାସ୍ତା, ଫ୍ଲଡ୍‌ଲାଇଟ୍‌ ଏବଂ ବିଓପି ଆଦି କାର୍ଯ୍ୟ ଆଗେଇ ଚାଲିଛି। ବେଆଇନ୍‌ ପ୍ରବେଶ ରୋକିବା ନିମନ୍ତେ ସୀମାନ୍ତ ପ୍ରହରୀ ବଳ ନିୟମିତ ପାଟ୍ରୋଲିଙ୍ଗ୍‌ କରୁଛନ୍ତି। ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ମିଜୋରାମ ଏବଂ ତ୍ରିପୁରା ଆଦି ରାଜ୍ୟ ବାଂଲାଦେଶ ସୀମାନ୍ତରେ ରହିଛି।

ଗତ ପାଞ୍ଚ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗକୁ ୨୨୬୦ ରୁ ୩୭୯, ଆସାମକୁ ୨୨ ରୁ ୬, ମେଘାଳୟକୁ ୬୪ରୁ ୧୧, ମିଜୋରାମକୁ ୮ ରୁ ୭ ଜଣ ଏବଂ ତ୍ରିପୁରାକୁ ୧୦୧ରୁ ୯୪ ଜଣକୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହ୍ରାସ ପାଇଛି।

By amfnews

Related Post