Fri. Apr 24th, 2026

ବାଂଲାଦେଶୀ, ରୋହଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଦେଶରୁ ନ ତଡ଼ିଲେ କାଶ୍ମୀର ପରି ୧୦ଟି ନୂଆ ସମସ୍ୟା ସୃଷ୍ଟି ହେବ- ବାବା ରାମଦେବ

264 Views

ରୋହତକ:  ଯଦି ବେଆଇନ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡ଼ିତ କରା ନ ଯାଇ ସେମାନଙ୍କୁ ଭାରତରେ ରହିବାକୁ ସୁଯୋଗ ଦିଆଯାଏ ତେବେଏହି ଅନୁପ୍ରବେଶକାରୀମାନେ   ଆଗାମୀ ଦିନରେ ଦେଶରେ କାଶ୍ମୀର ପରି ଆହୁରି ୧୦ଟି ସମସ୍ୟା ସୃଷ୍ଟି କରିବେ ବୋଲି ଯୋଗଗୁରୁ ବାବା ରାମଦେବ କହିଛନ୍ତି। ଆସାମର ଜାତୀୟ ନାଗରିକ ରେଜିିଷ୍ଟ୍ରାରଙ୍କ ଦ୍ୱିତୀୟ ଡ୍ରାଫ୍ଟ ରିପୋର୍ଟ ସମ୍ପର୍କରେ  ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ  ଯୋଗଗୁରୁ ବାବା ରାମଦେବ କହିଛନ୍ତି ଏନଆରସି  ବେଆଇନ ଅନୁପ୍ରବେଶକାରୀଙ୍କୁ ରୋକିବା ଦିଗରେ  ସହାୟକ ହୋଇ ପାରିବ।

ବାବା ରାମଦେବ କହିଛନ୍ତି ବର୍ତ୍ତମାନ ଭାରତରେ ୪ କୋଟି ବେଆଇନ  ଅନୁପ୍ରବେଶକାରୀ ରହିଛନ୍ତି। ସେ ସମସ୍ତଙ୍କୁ ଦେଶାନ୍ତର କରାଯିବା ଉଚିତ। ସିଏ ବାଂଲାଦେଶୀ ହୁଅନ୍ତୁ, ପାକିସ୍ତାନୀ , ରୋହଙ୍ଗ୍ୟା ହୁଅନ୍ତୁ ଅବା ଆମେରିକୀୟ,  ବେଆଇନ ଭାବେ ଭାବେ ରହୁଥିବା ଏହି ନାଗରିକମାନେ ଦେଶର ସୁରକ୍ଷା ପାଇଁ ଏକ ବଡ଼ ବିପଦ।

ଆମେ ଗୋଟିଏ କାଶ୍ମୀର ସମସ୍ୟାର ସମାଧନ ପାଇଁ ଦୀର୍ଘ ଦିନ ହେବ ସଂଘର୍ଷ କରୁଛନ୍ତି। ଯଦି ରୋହିଙ୍ଗ୍ୟା ମାନଙ୍କୁ ଭାରତରେ ରହିବାକୁ ସୁଯୋଗ ଦିଆଯାଏ ତେବେ ସେମାନେ  ଆଗାମୀ ଦିନରେ କାଶ୍ମୀର ପରି ୧୦ଟି ସମସ୍ୟା ସୃଷ୍ଟି କରିବେ ବୋଲି ଯୋଗଗୁରୁ ବାବା ରାମ ଦେବ କହିବା ସହିତ ସରକାର ସମସ୍ତ ବେଆଇନ ବିଦେଶୀ, ଅନୁପ୍ରବେଶକାରୀମାନଙ୍କୁ ଦେରୁ ତଡ଼ି ବାହାର କରିଦେବା ଉଚିତ ବୋଲି କହିଛନ୍ତି।

By amfnews

Related Post