Thu. Jul 9th, 2026

ବସ୍ ସହ ମୋଟର ସାଇକେଲର ଧକ୍କା ହେବା ଫଳରେ କଲେଜ୍ ଛାତ୍ରୀଙ୍କ ସହ ଦୁଇଜଣଙ୍କର ପ୍ରାଣହାନି

181 Views

ଦେବଗଡ଼ : ଆଜି ସକାଳେ ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ହଦମୁଣ୍ଡା ଘାଟିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ୨ଜଣଙ୍କ ପ୍ରାଣହାନି ହୋଇଥିବାର ସୂଚନା ମିଳିଛି।
ସୂଚନା ମୁତାବକ ଦେବଗଡ଼ରୁ ଅନୁଗୋଳକୁ ଯାଉଥିବା ଯାତ୍ରୀବାହୀ ଘରୋଇ ବସ୍‌‘ସରସ୍ୱତୀ’ (OD-28-8118) ଏକ ବାଇକ୍‌ ଦେବଗଡ଼କୁ ଆସୁଥିବାବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଦୁଇଜଣ ହେଲେ ରିଆମାଳା ଥାନା ଅନ୍ତର୍ଗତ ବାଘିଆ କନ୍ଧ ଗାଆଁର ଶଶିଭୂଷଣ ପ୍ରଧାନଙ୍କ ପୁଅ ଆରତ ପ୍ରଧାନ ଓ ତାଙ୍କ ସଂପର୍କୀୟ ଭଉଣୀ ସୀମାରେଖା ବୋଲି ଜଣାପଡ଼ିଛି।

ସୀମାରେଖାଙ୍କୁ ଦେବଗଡ଼ କଲେଜକୁ ଆରତ ନେବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଳରେ ଆରତଙ୍କ ମୃତ୍ୟୁ ଘଟିଥିବା ବେଳେ ସୀମାରେଖା ଦେବଗଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁବରଣ କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସହିତ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଗାଡି ଚଳାଚଳ ପ୍ରକ୍ରିୟାକୁ ସ୍ବାଭାବିକ କରିଛନ୍ତି। ତେବେ ଦୁର୍ଘଟଣା ଘଟାଇବାପରେ ବସର ଡ୍ରାଇଭର୍ ଏବଂ ହେଲପର୍ ଫେରାର ହୋଇଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ଉକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post