Thu. Oct 1st, 2026

ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ସ୍ୱାମୀ ମୃତ ଓ ସ୍ତ୍ରୀ ଆହତ; ଜିରାଳ-ପାଣ୍ଡୁଆ ରାସ୍ତା ଅବରୋଧ

186 Views

କାମାକ୍ଷାନଗର : ଶନିବାର ସକାଳେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ରାଙ୍କିଆ ନିକଟରେ ବସ୍‌ ଧକ୍କା ଦେବାରୁ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି ଏବଂ ତାଙ୍କ ପତ୍ନୀ ସାଙ୍ଘାତିକ ଆହତ ହୋଇଛନ୍ତି। ମୃତ ବାଇକ୍‌ଆରୋହୀ ହେଉଛନ୍ତି ମଠକରଗୋଳା ଅଞ୍ଚଳର ଗତିକୃଷ୍ଣ ଖୁଣ୍ଟିଆ।

ଆଜି ସକାଳୁ ଗତିକୃଷ୍ଣ ଓ ତାଙ୍କ ପତ୍ନୀ ଅହଲ୍ୟା ବାଇକ୍‌ ଯୋଗେ ତାଙ୍କର କୌଣସି ସମ୍ପର୍କୀୟଙ୍କ ଘର ବୋଲୁଅ ଗାଁକୁ ଯାଉଥିଲେ। ସେ ରାସ୍ତାରେ ଜିରାଳ ଆଡୁ ଆସୁଥିବା ଗୋଟାଏ ଯାତ୍ରୀବାହୀ ବସ୍‌ ସେମାନଙ୍କ ବାଇକ୍‌କୁ ପଛଆଡୁ ଧକ୍କା ଦେଇ ପଳାଇଯାଇଥିଲା।

ଧକ୍କା ଯୋଗୁଁ ଉଭୟ ପତିପତ୍ନୀ ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ପରେ ପରେ ସ୍ୱାମୀ ଗତିକୃଷ୍ଣଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସା ଲାଗି ଆହତ ପତ୍ନୀଙ୍କୁ ପ୍ରଥମେ ଢେଙ୍କାନାଳ ଓ ଅଧିକ ଚିକିତ୍ସା କରାଇବାକୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜିରାଳ-ପାଣ୍ଡୁଆ ରାସ୍ତା ଅବରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରାଉଛନ୍ତି।

By amfnews

Related Post