Sat. Apr 25th, 2026
198 Views

କଟକ : କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଆଜି ସକାଳେ ଗୋଟିଏ ବସ୍ ଆଉ ଗୋଟିଏ ବସ୍‌କୁ ପଛରୁ ପିଟି ଦେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ମହିଳା ଅଛନ୍ତି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁଇଟି ଯାକ ବସ୍‌ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପଛ ବସ୍‌ଟି ଦ୍ରୁତ ଗତିରେ ଆସି ଆଗ ବସ୍‌ଟିକୁ ପଛରୁ ପିଟି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନି। କଟକ ସଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୨ଟି ଯାକ ବସ୍‌କୁ ଜବତ କରିଛି। ତେବେ ବସ୍‌ର ଡ୍ରାଇଭର ଓ ହେଲପର୍‌ଙ୍କ ସମ୍ପର୍କରେ କିଛି ଖବର ମିଳିପାରି ନାହିଁ।

By amfnews

Related Post