Fri. Apr 24th, 2026

ବଲିଉଡ ଡ୍ରଗ୍ସ ମାମଲା, ଏନସିବି କାର୍ଯ୍ୟାଳୟରେ ଜେରାର ସମ୍ମୁଖୀନ ହେଲେ ଦୀପିକା, ଶ୍ରଦ୍ଧା ଓ ସାରା ଅଲ୍ଲୀ ଖାନ୍

251 Views

ମୁମ୍ବାଇ, ସେପ୍ଟେମ୍ବର ୨୬ : ବଲିଉଡରେ ଡ୍ରଗ୍ସ କାରବାର ମାମଲାରେ ଆଜି ସୁପରଷ୍ଟାର ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍ ମୁମ୍ବାଇସ୍ଥିତ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ କାର୍ଯ୍ୟାଳୟରେ ଜେରା ପାଇଁ ପହଞ୍ଚିଛନ୍ତି ।

ହ୍ବାଟସଆପ୍ ଚାଟ୍ ଜରିଆରେ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ କାରବାର ଓ ବ୍ୟବହାର ମାମଲାରେ ଏନସିବି ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆଣୁଛି । ଯେଉଁଥିରେ ବଲିଉଡର ଅଭିନେତ୍ରୀ ଦୀପିକା, ଶ୍ରଦ୍ଧା, ସାରା ଓ ରକୁଲ ପ୍ରୀତ ସିଂଙ୍କ ଚାଟ୍ ରହିଥିବା ଜଣାପଡିଥିଲା ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ମ୍ୟାନେଜର ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କ ହ୍ବାଟସ୍ଆପ ଚାଟ ଜରିଆରେ ଟ୍ୟାଲେଣ୍ଟ କମ୍ପାନୀ କ୍ବାନ ମାଧ୍ୟମରେ ଅଭିନେତ୍ରୀଙ୍କ କାରବାର ପଦାକୁ ଆସିଛି ।

ଜେରା ପାଇଁ ଏନସିବି ସମନ କରିବା ପରେ ଗତକାଲି ଡିଜାଇନର ସିମୋନ ଖମ୍ବାଟା ଓ ରକୁଲ ପ୍ରୀତ ଜେରା ହେବା ପରେ ଆଜି ସକାଳୁ ଦୀପିକା, ଶ୍ରଦ୍ଧା ଓ ସାରା ଜେରା ପାଇଁ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ, ଜୁନ୍ 14ରେ ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ କାରବାର ଚାଲିଥିବା ଜଣାପଡିଥିଲା ଓ କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ଏନସିବି ବ୍ୟତୀତ ଇଡି ଓ ସିବିଆଇ ମଧ୍ୟ ତଦନ୍ତ ଦାୟିତ୍ବରେ ରହିଛି ।

By amfnews

Related Post