Thu. Aug 13th, 2026

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର କରୋନାରେ ସଂକ୍ରମିତ

263 Views

ମୁମ୍ବାଇ, ସେପ୍ଟେମ୍ବର ୦୬ : ବଲିଉଡ୍‌ ଅଭିନେତା ଅର୍ଜୁନ କପୁର କରୋନାରେ ସଂକ୍ରମିତ ହୋଇଥିବା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସେ ସୁସ୍ଥ ଅଛନ୍ତି। କରୋନା ଜଣାପଡ଼ିବା ପରେ ସେ ନିଜ ଘରେ ହୋମ୍‌ କ୍ୱାରେଣ୍ଟାଇନ୍‌ର ରହିଛନ୍ତି। ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିବା ଜଣାଇଛନ୍ତି ।

ଏହାପରେ ଅର୍ଜୁନ ଲେଖିଛନ୍ତି, “ମୋତେ ସପୋର୍ଟ କରିଥିବାରୁ ଆପଣ ସମସ୍ତଙ୍କୁ ଆଗୁଆ ଧନ୍ୟବାଦ। ମୁଁ ମୋ ସ୍ଵାସ୍ଥ୍ୟ ବିଷୟରେ ନିୟମିତ ସୂଚନା ଦେବି। ଏହା ହେଉଛି ଏକ କଠିନ ସମୟ। ମାନବିକତା ଆଗରେ ଏହି ଭାଇରସ୍ ହାରିଯିବ ବୋଲି ମୋର ବିଶ୍ଵାସ ରହିଛି।” ଅର୍ଜୁନଙ୍କର ଏହି ପୋଷ୍ଟ ପରେ ପ୍ରଶଂସକଙ୍କ ସମେତ ବହୁ ସେଲିବ୍ରିଟି ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

କିଛି ଦିନ ପୂର୍ବରୁ ଅର୍ଜୁନଙ୍କ ବାପା ବୋନି କପୁରଙ୍କ ଜଣେ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ବୋନି କପୁର, ଜାହ୍ନବୀ କପୁର, ଖୁସି କପୁରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

By amfnews

Related Post