Tue. Sep 29th, 2026

ବର୍ଷା- ଅନୁଭବ ବିବାଦ, ପଟିଆଲା ହାଉସ କୋର୍ଟରେ ହାଜର ହେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

297 Views

ଭୁବନେଶ୍ବର, ଅକ୍ଟୋବର ୦୭ :  ସାଂସଦ ଅନୁଭବ ମହାନ୍ତି ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କଠାରୁ ଛାଡ଼ପତ୍ର ଲାଗି ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ଡିସେମ୍ବର ୧୦ରେ ସେଠାରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି ହୋଇଛି  ।

କୋର୍ଟରେ ଅନୁଭବଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କରିଛି । ବର୍ଷାଙ୍କୁ ନୋଟିସ ଦିଆଯାଇଥିବା ନେଇ ଅନୁଭବଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅନୁଭବ ଦାୟର କରିଥିବା ଛାଡପତ୍ର ମାମଲାକୁ ସ୍ଥାନାନ୍ତର କରିବାକୁ ସେ ଆବେଦନ କରିଥିଲେ।

By amfnews

Related Post