Sun. Sep 6th, 2026

ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ଫୋନ୍‌ରେ ଧମକ ଦେବା ମାମଲାରେ ମୁଲାୟମ ସିଂ ଯାଦବଙ୍କ ଅଡୁଆ ବଢ଼ିଲା

403 Views

ଲକ୍ଷ୍ନୌ : ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅମିତାଭ ଠାକୁରଙ୍କୁ ଫୋନ୍‌ରେ ଧମକ ଦେବା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିବା ପୁଲିସର ଅନ୍ତିମ ରିପୋର୍ଟ ରଦ୍ଦ କରିଛନ୍ତି ବିଚାରପତି ଆନନ୍ଦ ପ୍ରକାଶ ସିଂହ। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଆନନ୍ଦ ପ୍ରକାଶ ସିଂହ  ଆଇପିଏସ ଅମିତାଭ ଠାକୁରଙ୍କୁ ଏଇ ଫେବୃଆରି ୧୧ ତାରିଖରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅମିତାଭ ଠାକୁର ଦର୍ଶାଇଥିଲେ ଯେ ରାଜନୈତିକ ଓ ସାମାଜିକ ସୁବିଧା ପାଇଁ ପୁଲିସ ଦ୍ୱିତୀୟ ଥର ପାଇଁ ଅନ୍ତିମ ରିପୋର୍ଟ ଦାଖଲ କରିଥିଲା। ତାଙ୍କ ସହିତ ଘୋର ଅନ୍ୟାୟ ହୋଇଛି। ଏଣୁ ଏହି ଅନ୍ତିମ ରିପୋର୍ଟକୁ ଖାରଜ କରାଯାଉ ବୋଲି ସେ ଦାବି କରିଥିଲେ।

ଏହି ମାମଲାର ବିଚାର କରି ଜାନୁଆରି ୧୮ ତାରିଖରେ ନ୍ୟାୟାଳୟ ନିଜର ରାୟ ସୁରକ୍ଷିତ ରଖିଥିଲେ। ପୁଲିସର ଅନ୍ତିମ ରିପୋର୍ଟ ରଦ୍ଦ ହେବାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

By amfnews

Related Post