Sun. Apr 26th, 2026

ବରଫ ଅତଡା ଖସିବାରୁ ୪ ଯବାନ ଶହୀଦ, ୨ ସାଧାରଣ ଲୋକଙ୍କ ମୃତ୍ୟୁ

240 Views

ନୂଆଦିଲ୍ଲୀ: ଗତକାଲି ସିଆଚେନ୍‌ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଗତକାଲି ଅପରାହ୍ନ ୩ଟା ବେଳେ ଭୂପୃଷ୍ଠରୁ ୧୮ ହଜାର ଫୁଟ୍‌ ଉପରେ ଏହି ଅଘଟଣ ଘଟିଛି। ବରଫ ଅତଡ଼ା ଖସିବାରୁ ୮ ଜଣ ଯବାନ ଫଶି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ ଯବାନ ଶହୀଦ ହୋଇଛନ୍ତି। ଏବେ ମୋଟ ୭ ଜଣ ଉଭୟ ଯବାନ ଏବଂ ସାଧାରଣ ନାଗିରକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କର ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମାସରେ ୩୫ ଫୁଟର ବରଫ ଅତଡ଼ା ତଳେ ୧୦ ଜଣ ଆର୍ମି ଯବାନ ଫସି ଯାଇଥିଲେ। ଫଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

By amfnews

Related Post