Fri. Jun 12th, 2026

ବରଗଡ଼ରୁ ସୁରେଶ ପୂଜାରୀ ଭାଜପା ପ୍ରାର୍ଥୀ ହେବାପରେ ମୁହଁ ଖୋଲିଲେ ଗତଥରର ପ୍ରାର୍ଥୀ ସୁବାସ ଚୌହ୍ୱାନ

390 Views

ବରଗଡ଼: ଗତଥର ବିଜେପି ଟିକେଟରେ ବରଗଡ଼ରୁ ଲୋକସଭା ନିର୍ବାଚନ ଲଢ଼ିଥିବା ସୁବାସ ଚୌହ୍ୱାନ ଏବେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ‘ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି । ପରବର୍ତ୍ତୀ ସମୟରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢି ଓଡିଶାର ବିଜେପି ପ୍ରାର୍ଥୀମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦ ଭୋଟ ଦେଇ ଲୋକେ ମୋତେ ସମର୍ଥନ କଲେ ।
ଏପରିକି ନିର୍ବାଚନ ହାରିଲା ପରେ ମଧ୍ୟ ମୁଁ ଲଗାତର ୫ ବର୍ଷ କାଳ ପରିଶ୍ରମ କରି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପିକୁ ସମର୍ଥନ କରିବା ପାଇଁ ବରଗଡବାସୀ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ଲୋକସଭା ଆସନ ଟିକେଟ କାଟିଦିଆଯାଇଥିବା କହିଛନ୍ତି ସୁବାସ ଚୌହ୍ୱାନ ।ସେ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମ ଓଡିଶାର ଓବିସି ସମାଜ ପାଇଁ ଏହା ଅପମାନ । ଜନତାଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ହେବା ପରେ ମୋତେ ବିଜେପୁରରୁ ଲଢିବାକୁ କୁହାଯାଇଛି । କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲି ବୋଲି କହିଛନ୍ତି ସୁବାସ ଚୌହ୍ୱାନ ।ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ରୁ ସୁରେଶ ପୂଜାରୀ ଭାଜପା ପ୍ରାର୍ଥୀ ହୋଇଛନ୍ତି।

 

By amfnews

Related Post