Sun. Sep 6th, 2026

ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ

291 Views

ଆଠଗଡ଼  : କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାଲକ୍ଷ୍ମୀପୁରଠାରେ ଗତକାଲି ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ହୃଦାନନ୍ଦ ବେହେରାକୁ ପୁଲିସ୍ ଗିରଫ କରିଛି। ଏଥିସହ ବିପୁଳ ପରିମାଣର ଚୋରା କାଠ କୋଇଲା ଜବତ କରିଛି।

ସୂଚନାଯୋଗ୍ୟ,  ହୃଦାନନ୍ଦଙ୍କ ମହାଲକ୍ଷ୍ମୀପୁରସ୍ଥିତ ଘରେ ଚୋରା କାଠକୋଇଲା ଥିବା ବନ ବିଭାଗ କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଚଢ଼ଉ କରିଥିଲେ। ଏହି ସମୟରେ ହୃଦାନନ୍ଦଙ୍କ ସହିତ ତାଙ୍କ ପରିବାର ଲୋକେ ବନ ବିଭାଗ ଗାଡ଼ି ଭାଙ୍ଗିବା ସହ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଖୁଣ୍ଟୁଣୀ ରେଞ୍ଜରଙ୍କ ସମେତ ୪ଜଣ ବନ କର୍ମଚାରୀ ଆହତ ହୋଇଥିଲେ। ଏନେଇ ଖୁଣ୍ଟୁଣୀ ଥାନାରେ ବନ ବିଭାଗ କର୍ମଚାରୀ ଏତଲା ଦେଇଥିଲେ।

By amfnews

Related Post