Wed. Sep 23rd, 2026

ବନ୍ଧୁକଧରା ନାଚ ପାଇଁ ବହିଷ୍କୃତ ହେଲେ ବିଧାୟକ ଚାମ୍ପିଅନ୍‌

237 Views

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବିଜେପି ବିଧାୟକ ପ୍ରଣବ ସିଂହ ଚାମ୍ପିଅନ୍‌ ବନ୍ଧୁକ ଧରି ନାଚିବାର ଭିଡିଓ ଭାଇରାଲ ହେବାପରେ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି। ମଦ ପିଇ ସେ ଏପରି କରିଥିବା ଜଣାପଡ଼ିବା ପରେ ତାଙ୍କ ଦଳ ମଧ୍ୟ ବେଶ ହଟହଟା ହୋଇଥିଲା।

ଆଜି ବିଜେପି ରାଜ୍ୟସଭା ସଦସ୍ୟ ତଥା ଦଳର ଗଣମାଧ୍ୟମ ବିଭାଗ ମୁଖ୍ୟ ଅନୀଲ ବାଲୁନି କହିଛନ୍ତି, ସର୍ବସାଧାରଣରେ ଏଭଳି ଶୃଙ୍ଖଳା ଉଲ୍ଲଂଘନ ପାଇଁ ଦଳ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କୃତ କରିଛି। ଏହି ଭିଡିଓ ଭାଇରାଲ ହେବାପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିଲା।

ପୂର୍ବରୁ ଚାମ୍ପିଅନ୍‌ ଗଣମାଧ୍ୟମକୁ କହିଥିଲେ, “ମୁଁ ଏଭଳି ଖରାପ ଭାଷା କହିଥିବାରୁ କ୍ଷମା ମାଗୁଛି। କିନ୍ତୁ ଆପଣମାନେ ବୁଝିବା ଦରକାର ଯେ, ମଦ ପିଇଲେ ଏମିତି ସବୁ ହେଇଯାଏ। ସେ ଆହୁରି ମଧ୍ୟ କହିଥିଲେ ଏହି ଭିଡିଓଟି ଜାଣିଶୁଣି ଏଡିଟ୍‌ କରାଯାଇଛି, କିନ୍ତୁ ନାଚିବା ଗୋଟିଏ ଅପରାଧ ନୁହେଁ।

By amfnews

Related Post