Sat. Apr 25th, 2026

ବନ୍ଧା ଚାଲିଛି ଆସବାବପତ୍ର, ଉଚ୍ଛେଦ ହେବ ପୁରୀ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

167 Views

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୭୫ ମିଟର ପରିଧି ଭିତରେ ଉଚ୍ଛେଦ କାର୍ଯ୍ୟର ଅଗ୍ରଗତି ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଛି । ଆଜି ସକାଳୁ ସକାଳୁ ପୁରୀ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଚ୍ଛେଦ ନେଇ ପ୍ରସ୍ତୁତି ଆରମ୍ଭ  ହୋଇଯାଇଛି । କେଉଁଠି କବାଟ, ଝରକା ତଡ଼ା ଚାଲିଛି ତ କେଉଁଠି ଚିକିତ୍ସାଳୟର ଆସବାବପତ୍ର ବନ୍ଧାବନ୍ଧି କାମ ଚାଲିଛି।  ସ୍ଥାନାନ୍ତର  ନିମନ୍ତେ ଚାଲିଛି ଜୋରସୋର କାମ୍‌।  ଏହି ସ୍ୱାସ୍ଥ୍ୟକେନ୍ଦ୍ର ବଳିଆପଣ୍ଡା ନିକଟକୁ ଉଠି ଯାଉଥିବା ଜଣାଯାଇଛି।

ପରବର୍ତ୍ତୀ ସମୟରେ ସାନ ଛତା ମଠ ଉଚ୍ଛେଦ ନେଇ ଯୋଜନା ପ୍ରସ୍ତୁତି ହୋଇଛି  ।ଏହା ପୂର୍ବରୁ ପଞ୍ଜାବୀ ମଠରେ ନିଶା କାରବାର ଚାଲିଥିବା ଦର୍ଶାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠକୁ ସିଲ୍ କରିଥିଲା ଜିଲ୍ଲା ପ୍ରଶାସନ  । ଏପଟେ ଶ୍ରୀମନ୍ଦିର ସୁରକ୍ଷା ଲାଗି ନିରାପତ୍ତା ବଳୟ ମଧ୍ୟରେ ଆସୁଥିବା ଘରୋଇ ଜମି ପ୍ରଦାନ ସମୟସୀମା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଶ୍ରୀମନ୍ଦିରର ସୁରକ୍ଷା ପାଇଁ  ସ୍ୱେଚ୍ଛାକୃତ ଭାବେ ଜମି ବିକ୍ରୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସମୟ ସୀମାକୁ ପୂର୍ବ ଧାର୍ଯ୍ୟ ତାରିଖରୁ ୭ ଦିନ ଅଧିକ ବୃଦ୍ଧି କରିଛନ୍ତି ।

By amfnews

Related Post