Fri. May 15th, 2026

ବଦଳିଲା କଙ୍ଗନା ରାନାଓ୍ଵତ୍ ଓ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ମେଣ୍ଟାଲ୍ ହେ କ୍ୟା’ର ଟାଇଟଲ

226 Views

ମୁମ୍ବାଇ:ଅବଶେଷରେ  କଙ୍ଗନା ରାନାଓ୍ଵତ୍ ଓ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ମେଣ୍ଟାଲ୍ ହେ କ୍ୟା’ର ଟାଇଟଲ ବଦଳିଲା। ଏଦନଇ ଫିଲ୍ମର ପ୍ରଯୋଜିକା ଏକତା କପୁର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସିବିଏଫ୍ସି ଫିଲ୍ମର ଟାଇଟଲ୍କୁ ନେଇ ଆପତ୍ତି ଉଠାଇବାପରେ  ତାହାକୁ ବଦଳାଇଛନ୍ତି ସେ। ଏବେ ଏହାର ନୂଆ ଟାଇଟଲ ହେଲା ‘ଜଜମେଣ୍ଟାଲ ହେ କ୍ୟା’। ଏହି ଫିଲ୍ମକୁ ଜୁଲାଇ ୨୬ ତାରିଖରେ ରିଲିଜ୍ କରାଯିବ। ଏହାର ଟାଇଟଲକୁ  ନେଇ ସେନସର ବୋର୍ଡ ଆପତ୍ତି ଉଠାଇଥିଲା ଏବଂ ତାହାକୁ ବଦଳାଇବା ଲାଗି ପରାମର୍ଶ ଦେଇଥିଲା।

ଫିଲ୍ମର ଟାଇଟଲକୁ ନେଇ ବିବାଦ ଉପୁଜିଥିବା ବେଳେ ଏହାର ପୋଷ୍ଟର କିନ୍ତୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛି।‘ମେଣ୍ଟାଲ୍ ହେ କ୍ୟା ’ର ଟାଇଟଲ ଓ ଏହାର କାହାଣୀକୁ ନେଇ ଇଣ୍ଡିଆନ୍ ସାଇକିଆଟ୍ରିଷ୍ଟ୍ ସୋସାଇଟି ପକ୍ଷରୁ ଆପତ୍ତି ଉଠିଥିଲା। ଏହି ସୋସାଇଟି ପକ୍ଷରୁ ସିବିଏଫ୍ସିରେ ଅଭିଯୋଗ କରାଯାଇଥିଲା। ସିବିଏଫ୍ସି ଏହାକୁ ଗମ୍ଭୀରତାର ସହ ବିଚାର କରିବା ପରେ ଫିଲ୍ମର ପ୍ରଯୋଜକଙ୍କୁ ଟ୍ରେଲର ରିଲିଜ୍ କରିବା ପୂର୍ବରୁ ଏହାର ଟାଇଟଲ୍ ବଦଳାଇବା ଲାଗି କହିଛନ୍ତି। ଶୁଣିବାକୁ ମିଳୁଥିଲା ଯେ  ‘ମେଣ୍ଟାଲ ହେ କ୍ୟା’ର ଟାଇଟଲ୍ ବଦଳାଇ ‘ସେଣ୍ଟିମେଣ୍ଟାଲ୍ ହେ କ୍ୟା’ ରଖାଯିବ। କିନ୍ତୁ ଅବଶେଷରେ ଏହାର ଟାଇଟଲ ରଖାଯାଇଛି ‘ଜଜମେଣ୍ଟାଲ ହେ କ୍ୟା’।

 

By amfnews

Related Post