Fri. Apr 24th, 2026

ବଢୁଛି ସଂକ୍ରମଣ, ବିହାରରେ ମେ ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

266 Views

ବିହାର, ମେ ୦୪ :

ବିହାରରେ ସଂକ୍ରମଣ ବଢୁଥିବାରୁ ୨୦୨୧ ମେ ୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲକଡାଉନ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ର ଦ୍ୱିତୀୟ ଲହର ଲଗାତର ବୃଦ୍ଧି ହେବାରେ ଲାଗିଛି।

ସଂକ୍ରମଣ ଉପରେ ରୋକ ଲଗାଇବକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ୟ ପଦକ୍ଷେପ ନେଉଛନ୍ତି। ଅନେକ ରାଜ୍ୟରେ ତାଲାବନ୍ଦ ଜାରି ରହିଛି। ଆଜି ବିହାରରେ ମଧ୍ୟ ତାଲା ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ବର୍ତ୍ତମାନ କରୋନା ସଂକ୍ରମଣ ମାମଲା ଦୁଇ କୋଟି ଅତିକ୍ରମ କରିଛି। ସେହିଭଳି ତିରିଶ ଲକ୍ଷରୁ ଅଧିକ ସକ୍ରିୟ ମାମଲା ଅଛି। ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ହେଉଥିବାରୁ ମେ ୧୫ ପର୍ଯ୍ୟନ୍ତ ରାଜ୍ୟରେ ତାଲାବନ୍ଦ ଘୋଷଣା କରାଯାଇଛି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟୁଇଟ ଯୋଗେ ସୂଚନା ଦେଇଛନ୍ତି।

ତାଲାବନ୍ଦ ଘୋଷଣା କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ କ୍ୟାବିନେଟର ପ୍ରସ୍ତାବ ଉପରେ ଆମେ ଆଜି ଲକଡାଉନ ନିଷ୍ପତ୍ତି ନେଇଛୁ ।

ଏ ନେଇ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯିବ। ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ରହିବ।

ପୂର୍ବରୁ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ହାଇକୋର୍ଟ ସରକାରଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ କହିଥିଲେ। ନହେଲେ ୪ ତାରିଖ ପରେ କୋର୍ଟ ନିଷ୍ପତି ନେବେ ବୋଲି କହିଥିଲେ।

ବିହାରରେ ପିଜିଟିଭଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି। ସେଥି ମଧ୍ୟରୁ ୩୯୮୫୫୯ ଜଣ ସୁସ୍ଥ ହୋଇଛନ୍ତି , ବର୍ତ୍ତମାନ ମଧ୍ୟ ୧୦୭୬୬୭ ଜଣ ଲୋକ ସଂକ୍ରମିତ ଅଛନ୍ତି।

ମନ୍ତ୍ରୀ ଏବଂ ସହଯୋଗୀ ଦଳର ନେତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର, ହରିଆଣା ଓ ଓଡିଶାରେ କରୋନା ସଂକ୍ରମଣ ବଢୁଥିବାରୁ ଲକଡାଉନ କଟକଣା ଘୋଷଣା ହୋଇଛି ।

By amfnews

Related Post