Fri. Aug 28th, 2026

ବଢୁଛି ଦ୍ୱିତୀୟ ଷ୍ଟ୍ରେନ୍ ଚିନ୍ତା ,ଟ୍ରେନରେ ପଶ୍ଚିମବଙ୍ଗ ଗଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

344 Views

ପଶ୍ଚିମବଙ୍ଗ, ମେ ୦୬ :

ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି û ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ୍ ଯାତ୍ରୀମାନଙ୍କୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିବା ଆବଶ୍ୟକ û ଏହି ରିପୋର୍ଟ ମୂଳ ଷ୍ଟେସନରୁ ଟ୍ରେନ୍ ଛାଡିବାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ଦରକାର

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ ଯାତ୍ରୀମାନଙ୍କୁ ଟ୍ରେନ ଚଢ଼ିବାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ନେବାକୁ ଅନୁରୋଧ କରାଯାଇଛି | ଏହି ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଟ୍ରେନ ଯାତ୍ରା ପୂର୍ବରୁ ଦର୍ଶାଇବାକୁ ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ଅନୁରୋଧ କରିଛି 

ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ପଶ୍ଚିମବଙ୍ଗ ପାଇଁ ଛାଡୁଥିବା ଟ୍ରେନ ଯଥା ୦୨୦୮୮ ପୁରୀ-ହାଓଡ଼ା ସ୍ପେଶାଲ, ୦୨୨୦୨ ପୁରୀ-ହାଓଡ଼ା ଦୁରନ୍ତ ସ୍ପେସିଆଲ, ୦୧୮୩୮ ପୁରୀ-ହାଓଡ଼ା ସ୍ପେଶାଲ, ୦୨୦୭୪ ଭୁବନେଶ୍ୱର-ହାଓଡ଼ା ସ୍ପେଶାଲ୍, ୦୮୩୦୬ ସମ୍ବଲପୁର-ହାଓଡ଼ା ସ୍ପେଶାଲ୍ ଯାତ୍ରୀମାନେ ଏହି ମହାମାରୀ ପରିସ୍ଥିତିରେ ଅସୁବିଧା ମୁକ୍ତ ଯାତ୍ରା ପାଇଁ ସେମାନଙ୍କ ସହିତ ଆରଟିପିସିଆର ନେଗେଟିଭ ରିପୋର୍ଟ ଆଣିବାକୁ କୁହାଯାଇଅଛି

ଏଗୁଡିକ ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ ଯାହାକି ପଶ୍ଚିମବଙ୍ଗ ମଧ୍ୟରେ ଯେକୌଣସି ଷ୍ଟେସନ ଠାରେ ରହଣି କରୁଛି ସେହିଠାରେ ଓହ୍ଲାଇବାକୁ ଥିବା ଯାତ୍ରୀମାନେ ଆରଟିପିସିଆର ନେଗେଟିଭ ରିପୋର୍ଟ ଦର୍ଶାଇବାକୁ ପଡିବ

By amfnews

Related Post