Sun. Sep 13th, 2026

ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନିକିଆରେ ବିଶ୍ବରେ ଭାରତ ସର୍ବାଧିକ ସଂକ୍ରମିତ

424 Views

ନୂଆଦିଲ୍ଲୀ, ଅଗଷ୍ଟ ୩୧ : ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି ରବିବାର ଦିନ ଦେଶରେ କରୋନା ମାମଲା 35 ଲକ୍ଷ ଅତିକ୍ରମ କରିଛି। ଏହା ସହିତ 24 ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ମାମଲା ରେକର୍ଡ ହୋଇଥିବା ଭାରତ ମଧ୍ୟ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି |

ୱାର୍ଲ୍ଡମିଟର ଅନୁଯାୟୀଗୋଟିଏ ଦିନରେ ଭାରତରେ ପ୍ରାୟ 80 ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ଆମେରିକାରେ 24 ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ 78586 କେସ୍ ରେକର୍ଡ କରିଥିଲା।

ଗତ କିଛି ଦିନ ହେବ ଦେଶରେ 76 ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସୁଛି  । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀରବିବାର ଦିନ ଦେଶରେ ଏକ ରେକର୍ଡ 78,761 ପଜିଟିଭ ଚିହ୍ନଟ ହୋଇଛନ୍ତି । ପରିସଂଖ୍ୟାନ ଅନୁସାରେ  କରୋନା ପ୍ରଭାବ ଦେଶର କମିବାର ନାଁ ଧରୁନି  । ସେପଟେ ସରକାର ସେପ୍ଟେମ୍ବର ପହିଲାରୁ ଦେଶରେ ଅନଲକ୍ 4 ଘୋଷଣା କରିଛନ୍ତି  ।

By amfnews

Related Post