Sun. Oct 18th, 2026

ବଜ୍ରକାପ୍ତା ଉଦ୍ଧାର, ୮ ଗିରଫ

313 Views

ମାଲକାନଗିରି , ଜାନୁଆରୀ ୧୭ : ମାଲକାନଗିରି ବନ ବିଭାଗ ଏବଂ କାଲିମେଳା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିରଳ ପ୍ରଜାତିର ବଜରକାପ୍ତା ଉଦ୍ଧାର କରାଯାଇଛି। ବନ ବିଭାଗର ସୂଚନା ଅନୁଯାୟୀ, ପୋଟେରୁ ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲୀ ଠାରେ ରାଜ୍ୟ ବାହାରକୁ ଚୋରା ଚାଲାଣ କରିବାକୁ ଗୋଟିଏ ବଜ୍ରକାପ୍ତାକୁ ଲୁଚାଇ ରଖାଯାଇଥିବା ଖବର ମିଳିଥିଲା। ଏହାପରେ ବନ ବିଭାଗ କର୍ମଚାରୀ ଚଢ଼ାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଏହି ଚୋରା ଚାଲାଣରେ ସଂପୃକ୍ତ ୮ଜଣଙ୍କୁ ଗିରଫ କରିଥିଲା। ଆଜି ଦିନତମାମ ଅଭିଯୁକ୍ତଙ୍କୁ ପଚରା ଉଚୁରା କରାଯାଇଛି। ଘଟଣା ସଂପର୍କରେ ଥାନାରେ ଏତଲା ଦେବାପରେ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରାଯିବ ବୋଲି ଡିଏଫଓ ପ୍ରଦୀପ ଦେବଦାସ ମିରାସେ ପ୍ରକାଶ କରିଛନ୍ତି।

By amfnews

Related Post