Sat. Jun 13th, 2026

ବଜରଙ୍ଗ କ୍ଲବ୍ ପରିସରରେ ରାଜଯୋଗ ଶିବିର

389 Views

ଢେଙ୍କାନାଳ : ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ୨ ଦିନ ଧରି ରାଜଯୋଗ ଶିବିର ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଶ୍ରୀ ବଳରାମ ଜୀଉଙ୍କ ମନ୍ଦିର ନିକଟରେ ଥିବା ବଜରଙ୍ଗ କ୍ଲବ୍ ପରିସରରେ ୨ ଦିନ ବ୍ୟାପି ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସହାୟତାରେ ରାଜଯୋଗ ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଏହି ଶିବିରରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ମହାବିଦ୍ୟାଳୟ, ଢେଙ୍କାନାଳ ଶାଖାର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ଉଷା ଭଉଣୀ ପ୍ରତିନିଧିତ୍ୱ କରି ସାମ୍ପ୍ରତିକ ବିଶୃଙ୍ଖଳିତ ପରିବେଶରୁ କିପରି ଧ୍ୟାନ ମାଧ୍ୟମରେ ନିଜକୁ ସୁଖ ସୌହାଦ୍ର୍ଦ୍ୟ ବାତାବରଣକୁ ନେଇପାରିବେ, ସେହି ବିଷୟରେ ବିଷଦ୍ ଆଲୋଚନା କରିଥିଲେ ଏବଂ ରାଜଯୋଗର ଶିକ୍ଷା ଦେଇଥିଲେ । ଏହି ଶିବିରରେ ଇଶ୍ୱର ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାରୀ ଭଉଣୀ ହରପ୍ରିୟା, ଗୀତା, ରୀତା, ଗୀତାଞ୍ଜଳୀ ଏବଂ ବ୍ରହ୍ମକୁମାରୀ ଭାଇ ଗଙ୍ଗାଧର, ପ୍ରତାପ, ସନ୍ତୋଷ ଯୋଗ ଦେଇଥିଲେ ।

ଏହା ସହିତ ବଜରଙ୍ଗ କ୍ଲବର ଉପଦେଷ୍ଟା ଅମରେନ୍ଦ୍ର ସାମଲ, ସମ୍ପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, ସଦସ୍ୟ ସିଦ୍ଧାର୍ଥ, ବିଭୁପ୍ରସାଦ, ଆଶୁତୋଷ, ସମ୍ବିତ୍, ସନ୍ତୋଷ, ଦେବାଶିଷ, ଆଲୋକନାଥ, ରୋଜେଶ୍, ରିତେଶ୍, ସଞ୍ଜୟ, ପି.ଆଞ୍ଜନେୟ, ସ୍ମାରକ, ସନତ, ଚିନ୍ମୟ, ଅଶ୍ୱିନୀ ଓ କୃଷ୍ଣଚନ୍ଦ୍ର ପ୍ରମୁଖ ଯୋଗଦେଇଥିଲେ ।

By amfnews

Related Post