Fri. Oct 9th, 2026

‘ଫ୍ରାନ୍ସର ରାଫେଲ୍ ବିମାନ ଅଫିସରୁ ତଥ୍ୟ ଚୋରି ହୋଇନି’

267 Views

ନୂଆଦିଲ୍ଲୀ : ଫ୍ରାନ୍ସରେ ଥିବା ଭାରତୀୟ ବାୟୁସେନାର ରାଫେଲ୍ ଜେଟ୍  ଅଫିସରୁ ନିର୍ମାଣ ସଂକ୍ରାନ୍ତୀୟ ତଥ୍ୟ ଚୋରି ହୋଇନି। ଭାରତୀୟ ବାୟୁସେନାର ଏକ ଟିମ୍ ଏବଂ ଫ୍ରାନ୍ସ ସରକାରଙ୍କ ଏକ ଟିମର ମିଳିତ ତଦନ୍ତ ପରେ ଆଜି ଏହି ସୂଚନା ମିଳିଛି। ମେ’ ୨୦୧୯ରେ ଫ୍ରାନ୍ସର ରାଫେଲ କାର୍ଯ୍ୟାଳୟରୁ ତଥ୍ୟ ଚୋରି ହୋଇଥିବା ନେଇ ସୂଚନା ମିଳିବା ପରେ ବାୟୁସେନାର ଏକ ଟିମ୍ ଫ୍ରାନ୍ସକୁ ଯାଇଥିଲା ତଦନ୍ତ ପାଇଁ।

ଏହି ତଦନ୍ତକରୀ ଟିମରେ ତିନି ଜଣିଆ ସାଇବର ଫରେନସିକ୍‌ ଟିମ୍‌ ରହିଛନ୍ତି । ତଦନ୍ତ ଶେଷ ହେବା ପରେ ବାୟୁସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ଏକ ରିପୋର୍ଟ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଗତ ମାସରେ ଫ୍ରାନ୍ସରେ ଥିବା ଭାରତୀୟ ରାଫେଲ ବିମାନ ଅଫିସରେ ଜଣେ ଅଜଣା ଯୁବକ ଅଫିସର କାଚ ଭଙ୍ଗିଦେଇଥିଲା। ଏହାପରେ ଯୁବକ ଜଣଙ୍କର ଏପରି କାର୍ଯ୍ୟକୁ ନେଇ ସନ୍ଦେହ ଘନିଭୂତ ହୋଇଥିଲା।

By amfnews

Related Post