Sat. Oct 3rd, 2026

ଫୋନିର ମୁକାବିଲା ଲାଗି ଓଡ଼ିଶାକୁ ୩୪୧ କୋଟି ଟଙ୍କାର ସହାୟତା ରାଶି ଦେଲେ କେନ୍ଦ୍ର ସରକାର

361 Views

ଭୁବନେଶ୍ୱର: ଫୋନି ଓଡ଼ିଶା ମୁହାଁ ହୋଇଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ତତ୍ପରତା ପ୍ରକାଶ ପାଇଛି। । ଏଥିଲାଗି ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୩୪୧ କୋଟି ଟଙ୍କାର ସହାୟତା ରାଶି ଦେଇଛନ୍ତି ।ଏହି ରାଶି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଦିଆଯାଇଥିବା ସୂଚନା ମିଳିଛି।

ଫୋନି ପାଇଁ କେତେକ ରାଜ୍ୟକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସହାୟତା ରାଶି ବଣ୍ଟନ ହୋଇଛି ।   ଓଡ଼ିଶା ସମେତ ଚାରିଟି ରାଜ୍ୟକୁ ୧୦୮୬ କୋଟି ଟଙ୍କାର ଆଗୁଆ ସହାୟତା ପ୍ରଦାନ କରାଯିବ । ଏଥିରେ ଓଡ଼ିଶାକୁ ୩୪୦.୮୭ କୋଟି ,ଆନ୍ଧ୍ର ପ୍ରଦେଶକୁ ୨୦୦.୨୫କୋଟି, ତାମିଲନାଡ଼ୁକୁ ୩୦୯.୩୭କୋଟି ଓ ପଶ୍ଚିମବଙ୍ଗକୁ ୨୩୫.୫୦କୋଟି ଟଙ୍କା ସହାୟତା ରାଶି ଦିଆଯିବ ।

ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ନିଷ୍ପତି ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ଏବଂ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଫୋନିର ମୁକାବିଲା ଲାଗି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

By amfnews

Related Post