Fri. Oct 2nd, 2026

ଫେସବୁକ୍‌ରେ ଯୁବତୀଙ୍କୁ ଧମକ ଦେଇ ୫୦ ହଜାର ଟଙ୍କା ଜରିମାନା ଗଣିଲେ ଯୁବକ

213 Views

ଧଉଳି, ନଭେମ୍ବର ୦୯: ଉତ୍ତରାଫାଣ୍ଡି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଫେସବୁକ ଓ ହ୍ବାଟ୍‌ସଆପ୍‌ରେ ଧମକପୂର୍ଣ୍ଣ ଓ ଅଶ୍ଳୀଳ ମେସେଜ୍‌ ପଠାଇ ଜଣେ ଯୁବକ ଗ୍ରାମ ସଭାରେ ୫୦ ହଜାର ଟଙ୍କା ଜରିମାନା ଗଣିଛନ୍ତି। ଏଭଳି ଘଟଣା ଘଟିଛି ଉକ୍ତ ଫାଣ୍ଡି ଅଧୀନ ଲକ୍ଷ୍ମୀନାରାୟଣପୁର ଓ ଖଣ୍ଡିଆମାଟିଆ ଗ୍ରାମରେ। ଖଣ୍ଡିଆମାଟିଆ ଗ୍ରାମର ଯୁବତୀଙ୍କ ସହିତ ଲକ୍ଷ୍ମୀନାରାୟଣପୁର ଗ୍ରାମର ଜଣେ ଯୁବକଙ୍କ ସହିତ ଫେସବୁକ୍‌ରେ ପରିଚୟ ଓ ବନ୍ଧୁତା ହୋଇଥିଲା। ଏହାପରେ ଚାଟିଂରୁ ସେମାନଙ୍କ ମଧ୍ୟରେ ସଂପର୍କ ଭିନ୍ନ ମୋଡ଼ ନେଇଥିଲା। ଯୁବତୀଙ୍କ ସରଳତାର ସୁଯୋଗ ନେଇ ଯୁବକ ଜଣକ ତାଙ୍କୁ ପ୍ରେମ ନିବେଦନ କରିବା ସହ ଧମକଚମକ ଦେଇଥିଲେ। ହେଲେ ଏ ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। କିନ୍ତୁ ବୁଧବାର ସମାଧାନ ପାଇଁ ଗ୍ରାମସଭା ବସିଥିଲା। ଏଥିରେ ଯୁବକ ଜଣକ ନିଜର ଦୋଷ ସ୍ବୀକାର କରିଥିଲେ। ଗ୍ରାମସଭାର ନିଷ୍ପତ୍ତି ଅନୁଯାୟୀ ଯୁବତୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଜରିମାନା ଗଣିଥିବା ଜଣାପଡ଼ିଛି। ଏହି ଘଟଣା ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

By amfnews

Related Post