Fri. Jul 3rd, 2026

ଫୁସଫୁସ୍ କର୍କଟରେ ଆକ୍ରାନ୍ତ ଅଛନ୍ତି ବଲିଉଡ ଅଭିନେତା ସଞ୍ଜୟ ଦତ୍ତ, ଚିତ୍କିସା ପାଇଁ ଯିବେ ଆମେରିକା

321 Views

ମୁମ୍ୱାଇ, ଅଗଷ୍ଟ ୧୨  : ବଲିଉଡର ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କର୍କଟରେ ପୀଡିତ । ରିପୋର୍ଟ ଅନୁଯାୟୀ, ସଞ୍ଜୟ ଦତ୍ତ ଚିକିତ୍ସା ପାଇଁ ଆମେରିକା ଯିବେ ବୋଲି ଜଣାପଡିଛି । ସୋମବାର ସଞ୍ଜୟ ଦତ୍ତଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ନିକଟରେ ନିଜ ସ୍ୱାସ୍ଥ୍ୟବସ୍ଥା ନେଇ ସଞ୍ଜୟ ଦତ୍ତ ଏକ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ ଯେ ସେ କିଛି ସମୟ କାମରୁ ବିରତି ନେଉଛନ୍ତି। ସେ ଲେଖିଛନ୍ତି ଯେ ହାଏ ଫ୍ରେଣ୍ଡସ୍, ମୁଁ କାମରୁ ଅଳ୍ପ ସମୟ ବିରତି ନେଉଛି, କାରଣ ବର୍ତ୍ତମାନ ମୋର ଚିକିତ୍ସା ଚାଲୁଛି । ମୋ ପରିବାର ଏବଂ ସାଙ୍ଗମାନେ ମୋ ସହିତ ଅଛନ୍ତି | ମୁଁ ଆଶା କରେ ଆପଣମାନେ ଚିନ୍ତା ହେବେ ନାହିଁ କି ଟେନସନ ନେବେ ନାହିଁ | ଆପଣ ମାନଙ୍କ ଭଲ ପାଇବା ପାଇଁ ମୁଁ ଖୁବ ଶୀଘ୍ର ଆପଣ ମାନଙ୍କ ନିକଟକୁ ଫେରିବି | ସୂଚନାଯୋଗ୍ୟ ଯେ, ସଞ୍ଜୟ ଦତ୍ତଙ୍କ ମା ନର୍ଗିସ୍ ଏବଂ ପ୍ରଥମ ପତ୍ନୀ ରିଚା ଶର୍ମା ମଧ୍ୟ କର୍କଟ ରୋଗରେ ପୀଡିତ ଥିଲେ, ଏହି କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଥିଲା।

ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ ଯେତେବେଳେ ସଞ୍ଜୟ ଦତ୍ତଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ସେତେବେଳେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା । ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ବହୁତ କମ୍ ଥିଲା | ଏହା ପରେ ମେଡିକାଲରେ ଚିତ୍କିସା କରୁଥିବା ଡାକ୍ତର ମାନେ ପ୍ରଥମେ ତାଙ୍କୁ କରୋନା ହୋଇଥିବା ନେଇ ଆଶଙ୍କା କରିଥିଲେ ଏ ନେଇ ତାଙ୍କର କରୋନା ପରୀକ୍ଷଣ ମଧ୍ୟ କରାଯାଇଥିଲା ହେଲେ ଯେତେବେଳେ କରୋନା ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଲା ଡାକ୍ତର ମାନଙ୍କୁ ଫୁସଫୁସ କର୍କଟ ହୋଇଥିବା ନେଇ ଆଶଙ୍କା ହୋଇଥିଲା ଏ ନେଇ ତାଙ୍କର କର୍କଟ ପରୀକ୍ଷା କରାଯାଇଥିଲା, ଯାହା ପରେ ତାଙ୍କୁ କର୍କଟ ହୋଇଥିବା ନିଶ୍ଚିତ ହୋଇଥିଲା ।

ବରିଷ୍ଠ ବଲିଉଡ ସାମ୍ବାଦିକ କୋମଲ ନାହାଟା ଟ୍ୱିଟ୍ କରି ସଞ୍ଜୟ ଦତ୍ତ ଫୁସଫୁସ କର୍କଟରେ ପୀଡିତ ଥିବା ବିଷୟରେ ସୂଚନା ଦେଇଛନ୍ତି। ନାହାଟା କହିଛନ୍ତି, ‘ସଞ୍ଜୟ ଦତ୍ତ ଫୁସଫୁସ କର୍କଟରେ ପୀଡ଼ିତ | ଭଗବାନଙ୍କ ନିକଟରେ ମୁଁ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ‘

By amfnews

Related Post