Sat. May 16th, 2026

ଫିକ୍ସ୍‌ଡ୍‌ ଡିପୋଜିଟ୍‌ ଓ ଗୃହଋଣ ଉପରେ ସୁଧହାର କମାଇଲା ଏସ୍‌ବିଆଇ

237 Views

ନୂଆଦିଲ୍ଲୀ  : ସୋମବାର ଠାରୁ ସ୍ଥାୟୀ ଜମା ଏବଂ ଗୃହଋଣ ଉପରେ ସୁଧହାର କମ୍‌ କରାଯାଇଥିବା କଥା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଘୋଷଣା କରିଛି। ସମସ୍ତ ଟେନର୍‌ ଉପରେ ମାରିଜିନାଲ୍‌ କଷ୍ଟିଙ୍ଗ୍‌ ଅଫ୍‌ ଲେଣ୍ଡିଙ୍ଗ୍‌ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ୧୦ ବିପିଏସ୍‌ କମ୍‌ କରାଯିବା ପରେ ଏହି ଘୋଷଣା କରାଯାଇଛି। ପ୍ରଥମ ବର୍ଷର ଏମ୍‌ସିଏଲ୍‌ଆର୍‌ ବାର୍ଷିକ ୮. ୨୫% ରୁ ୮. ୧୫%କୁ ହ୍ରାସ କରାଯାଇଛି। ଏହା ଆଜି ଠାରୁ ଅର୍ଥାତ୍‌ ସେପ୍ଟେମ୍ବର ୧୦ ତାରିଖ ୨୦୧୯ରୁ ଲାଗୁ କରାଯାଇଛି। ଆର୍ଥିକ ବର୍ଷ ୨୦୧୯-୨୦ରେ ଏହା ହେଉଛି କ୍ରମାଗତ ୫ମ କାଟ।

ସୁଧହାର ହ୍ରାସ ଏବଂ ବଳକା ଲିକ୍ୟୁଡିଟି ଦୃଷ୍ଟିରୁ ମଧ୍ୟ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ସେପ୍ଟେମ୍ବର ୧୦ ତାରିଖ ଠାରୁ ମିଆଦି ଜମା ଉପରେ ସୁଧହାର ସଂଶୋଧନ କରିଛି। ରିଟେଲ୍‌ ମିଆଦି ଜମା ଉପରେ ୨୦-୨୫ ବିପିଏସ୍‌ ଏବଂ ବଲ୍‌କ୍‌ ମିଆଦି ଜମା ଉପରେ ୧୦ ରୁ ୨୦ ବିପିଏସ୍‌ ହ୍ରାସ କରାଯାଇଛି। ବ୍ୟାଙ୍କ୍‌ମାନଙ୍କୁ ସେମାନଙ୍କର ଲେଣ୍ଡିଙ୍ଗ୍‌ ରେଟ୍‌ ଲିଙ୍କ୍‌ କରିବାକୁ ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କହିଥିଲା। ଏବେ ସମଗ୍ର ଦେଶରେ ୨୨, ୦୦୦ରୁ ଅଧିକ ଶାଖା ଥିବା ଷ୍ଟେଟ୍‌ ବ୍ୟାଙ୍କ୍‌ ଭାରତର ସର୍ବବୃହତ୍‌ ବ୍ୟାବସାୟିକ ବ୍ୟାଙ୍କ୍‌ର ମାନ୍ୟତା ପାଉଛି।

By amfnews

Related Post