Sun. Jul 5th, 2026

ଫରିଦାବାଦ ଠାରେ ଗୁଳିଚୋଟରେ ହରିୟାଣା କଂଗ୍ରେସ ନେତା ବିକାଶ ଚୌଧୁରୀ ନିହତ

342 Views

ନୂଆଦିଲ୍ଲୀ : ଗୁରୁବାର ସକାଳେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀର ଉପକଣ୍ଠସ୍ଥିତ ଫରିଦାବାଦ ଠାରେ ହରିୟାଣା କଂଗ୍ରେସ ନେତା ବିକାଶ ଚୌଧୁରୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେ ବରାବର ଯାଉଥିବା ଫରିଦାବାଦର ସେକ୍ଟର୍‌ ୯ ଠାରେ ଥିବା ଜିମ୍‌ ବାହାରେ ଗାଡ଼ି ରଖୁଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିବା କଥା ଜଣାପଡ଼ିଛି।

ଗୋଟାଏ କାର୍‌ ଯୋଗେ ଦୁଇ ଜଣ ଆତତାୟୀ ଆସ ଏକାଧିକ ଗୁଳି ଚଳାଇଥିଲେ। ଜିମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଆକ୍ରମଣ ଦୃଶ୍ୟରେ ଦେଖା ଯାଉଛି ଉଭୟ ପଟରୁ ଦୁଇ ଜଣ ବିକାଶ ଚୌଧୁରୀଙ୍କ ଏସ୍‌ୟୁଭି ପାଖରେ ପହଞ୍ଚି ଗୁଳି ଚଳାଉଛନ୍ତି। ଜଣେ ଗାଡ଼ିର ସାମ୍ନା କାଚବାଟେ ତାଙ୍କ ଆଡ଼କୁ ଗୁଳି ଚଳାଇଥିବା ବେଳେ ଅନ୍ୟ ଆତତାୟୀଟି ଡ୍ରାଇଭର୍‌ ପଟୁ ତାଙ୍କ ଆଡ଼କୁ ଗୁଳି ମାରିଥିଲା।

ତୁରନ୍ତ ବିକାଶଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେ ବଞ୍ଚିଲେ ନାହିଁ। ସୌରଭ ନାମକ ଜଣେ ଡାକ୍ତର କହନ୍ତି: ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥାସାଧ୍ୟ ଉଦ୍ୟମ କଲେ… ପୂରା ଦଳ ଲାଗିଥିଲେ, କିନ୍ତୁ ତାଙ୍କ ଦେହରେ ଗୁଡ଼ାଏ ଗୁଳି ବାଜିଥିଲା… ଆମେ ତାଙ୍କୁ ବଞ୍ଚାଇ ପାରିଲୁ ନାହିଁ। ତାଙ୍କ ଦେହରେ କେତୋଟି ଗୁଳି ପଶିଛି, ବ୍ୟବଚ୍ଛେଦ ପରେ ଜଣାପଡ଼ିବ। ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନେ ତାଙ୍କ ଦେହରେ ଅନ୍ୟୂନ ୧୦ଟି ଗୁଳି କ୍ଷତ ଦେଖିଥିଲେ।

By amfnews

Related Post