Wed. Sep 30th, 2026

ଫଣା ଟେକିଥିବା ନାଗସାପ ସହିତ ଟିକ୍‌ଟକ୍‌ ଭିଡିଓ ବନାଇବା ଦୁଇ ବାଳକଙ୍କୁ ମହଙ୍ଗା ପଡ଼ିଲା

367 Views

ମୁମ୍ବାଇ : ଟିକ୍‌ଟକ୍‌ ଭିଡିଓର ନିଶା ଏବେ ସମସ୍ତଙ୍କୁ ଘାରିଛି। ତେବେ ଏହି ନିଶା ଲୋକଙ୍କୁ ଏମିତି ଘାରିଛି କି ସେମାନେ ସାପ ସହିତ ବି ଭିଡିଓ ବନାଇବାକୁ ପଛାଉ ନାହାନ୍ତି। ଡୋମ୍ବିବଲିରୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓ ଭାଇରାଲ ହେବା ପରେ ବନବିଭାଗ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ବିଚାରବିଭାଗୀୟ ହେପାଜତକୁ ନେଇଛନ୍ତି। ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି।

ଡୋମ୍ବିବଲିରେ ରହୁଥିବା କୁଣାଳ ଲାଣ୍ଡଗେ ଓ ତାଙ୍କର ଜଣେ ନାବାଳକ ସାଙ୍ଗ ସାପ ସହିତ ଟିକଟକ ଭିଡିଓ ବନାଇଥିଲେ। ଏହି ଭିଡିଓରେ ଦୁହେଁ ଫଣା ବାହାର କରିଥିବା ସାପକୁ ଚୁମ୍ବନ ଦେଇ ତାକୁ ହାତରେ ନେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭିଡିଓ ଭାଇରାଲ ହେବା ପରେ ପଶୁପ୍ରେମୀ ଏହି ଦୁଇ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ। ସେମାନେ ବନ ବିଭାଗ ଅଧିକାରୀଙ୍କୁ ଏହି ଭିଡିଓ ଦେଖାଇଥିଲେ। ବନବିଭାଗ ଛାନ୍‌ଭିନ୍‌ କରିବା ପରେ ଏ ଦୁହେଁ ଡୋମ୍ବିବଲିର ବାସିନ୍ଦା ବୋଲି ଜଣାପଡ଼ିଥିଲା।

By amfnews

Related Post