Fri. Oct 16th, 2026

ଫଟୋ ଉଠାଇବା କାଳ ହେଲା : ପତ୍ନୀକୁ ଭୁଜାଲିରେ ହାଣିଲା ସ୍ବାମୀ

391 Views

କଳାବାଡ଼ିଆ , ଜାନୁଆରୀ ୨୩  : ସମ୍ପର୍କୀୟ ଦିଅର ସହ ଫଟୋ ଉଠାଇବା କାଳ ହେଲା। ସ୍ବାମୀର ଛୁରାମାଡ଼ରେ ପତ୍ନୀଙ୍କ ଅନ୍ତବୁଜୁଳା ବାହାରି ଆସିଛି। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନିଶ୍ଚିନ୍ତା ପଞ୍ଚାୟତର ଶିରାସାହିରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଶିରାସାହିର ରେଣ୍ଟା ମାରାଣ୍ଡିଙ୍କ ଝିଅ ସଲ୍‌ମା(୨୫) ଦ୍ବାରଶୁଣି ମେଳା ଦେଖିବାକୁ ଆସିଥିବା ସମୟରେ ନିଜର ଜଣେ ସମ୍ପର୍କୀୟ ଦିଅରଙ୍କ ସହ ଫଟୋ ଉଠାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ଲାଲ ତାଙ୍କ ପେଟରେ ଭୁଜାଲି ଭୁସି ଦେଇଥିଲେ। ଏଥିରେ ସଲମାଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

By amfnews

Related Post