Fri. Jul 3rd, 2026

ପ୍ଲାଷ୍ଟିକ୍ ମୁକ୍ତ ଦେଶ ପାଇଁ ଆହ୍ୱାନ କରିବା ପରେ ପ୍ଲାଷ୍ଟିକ୍‌ ଥାଳିରେ ଖାଇଲେ ନେତା ଓ ବାବୁ

236 Views

ଜୟପୁର, ରାଜସ୍ଥାନ: ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସାଧାରଣ ନାଗରିକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସରକାରଙ୍କ ପାଖରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ସଂଗଠନ ଗାନ୍ଧୀ ଜୟନ୍ତୀ ପୂର୍ବରୁ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସମସ୍ତେ ଆଗେଇ ଆସିଛନ୍ତି। ଯାହାକୁ ସମସ୍ତେ ମଧ୍ୟ ସ୍ୱାଗତ କରୁଛନ୍ତି।

ଗୁରୁବାର ରାଜସ୍ଥାନର ରାଜଧାନୀ ଜୟପୁରରେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲ୍ଲା ପରିଷଦ ବୈଠକ ହୋଇଥିଲା। ଆଗାମୀ ଦିନରେ ଜିଲ୍ଲା ପରିଷଦରେ ପ୍ଲାଷ୍ଟିକ ବ୍ୟବହାର ହେବ ନାହିଁ ବୋଲି ସଂକଳ୍ପ ନିଆଯାଇଥିଲା। ଏହି ବୈଠକରେ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

ଜିନିଷ ନେବା ଆଣିବା ପାଇଁ କପଡ଼ା ବ୍ୟାଗ୍, ପାଣି ପିଇବା ପାଇଁ କାଚ ଗ୍ଲାସ୍ ବ୍ୟବହାର ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କିଛି ସମୟ ପରେ ବୈଠକରେ ଯୋଗ ଦେଇଥିବା ବ୍ୟକ୍ତି ଯେତେବେଳେ ଖାଇବା ପାଇଁ ଆସିଥିଲେ ସେତେବେଳେ ପ୍ଲାଷ୍ଟିକ୍ ଥାଳି ଧରିଥିବାର ଦେଖିବାକୁ ମିଳିଥିଲା। ଯାହାକି ବୈଠକର ପୋଲ୍ ଖୋଲି ଦେଇଥିଲା।

By amfnews

Related Post