Sat. Jul 4th, 2026

ପ୍ରେମ ସମ୍ପର୍କରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

239 Views

ମାଲକାନଗିରି, ଜାନୁଆରୀ ୧୬ : ମାଲକାନଗିରି ଜିଲ୍ଲା ଖଇରପୁଟ୍‌ ବ୍ଲକ ଅନ୍ତର୍ଗତ ଖଦମଗୁଡ଼ା ଗାଁର ଜଣେ ଯୁବକଙ୍କୁ କେତେକ ଯୁବକ ପଥରରେ ଛେଚି ହତ୍ୟା କରିଛନ୍ତି। ଆଜି ସକାଳୁ ରାଜ୍ୟ ରାଜପଥ କଡ଼ରେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ପୁଲିସ ଜବତ କରିଥିବା ବେଳେ ଜଣେ ଯୁବତୀଙ୍କ ସହିତ ଗଢ଼ିଉଠିଥିବା ପ୍ରେମ ସମ୍ପର୍କରୁ ତାଙ୍କୁ ହତୃା କରାଯାଇତିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଚିତ୍ରକୋଣ୍ଡା ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଠାରୁ ପ୍ରକାଶ ଯେ, ମାଲକାନଗିରି ଜିଲ୍ଲା ଖଇରପୁଟ୍‌ ବ୍ଲକ ମହୁଲିପଡ଼ା ଥାନା ଅନ୍ତର୍ଗତ କଦମଗୁଡ଼ା ଗାଁର ପବିତ୍ର ଖିଲ(୧୯ ବର୍ଷ)ଙ୍କ ମୃତଦେହ ୪୭ ନମ୍ବର ରାଜ୍ୟ ରାଜପଥର ସଦର ଗାଁ ନିକଟରୁ ଉଦ୍ଧାର କରାଯାଇଛିି। ତାଙ୍କ ମୁଣ୍ଡକୁ ପଥରରେ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ। ଯୁବକଙ୍କ ମୃତଦେହକୁ ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି।

ତେବେ ତାଙ୍କ ପରିବାରଙ୍କ ସୂଚନା ଅନୁଯାୟୀ ପବିତ୍ରୀଙ୍କ ସେହି କଦମଗୁଡ଼ା ଗାଁର ଜଣେ ଯୁବତୀଙ୍କ ସହିତ ଗତ କିଛି ଦିନ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହୁଏତ ଏହି ହତ୍ୟାକାଣ୍ଡ ପଛରେ ସେହି ପ୍ରେମଜନିତ କାରଣ ଥାଇ ପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ମୃତଦେହ ପଞ୍ଚନାମା କରାଯାଇ ବ୍ୟବଛେଦ ପାଇଁ ପଠାଯାଉଛି। ଘଟଣାର ତଦନ୍ତ ପରେ ସମସ୍ତ କଥା ସ୍ପଷ୍ଟ ହେବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

By amfnews

Related Post