Fri. May 22nd, 2026

ପ୍ରେମିକ କଥାରେ ପଡ଼ି ଯବାନଙ୍କ ପତ୍ନୀ ସ୍ୱାମୀଙ୍କ ଯୌନଉଦ୍ଦୀପକ ମଲମରେ ମିଶାଇ ଦେଲେ ବିଷ

428 Views

ମୁମ୍ବାଇ: ମହାରାଷ୍ଟ୍ରର ଅହମେଦନଗର ପୁଲିସ ଷ୍ଟେସନ୍‌ରେ ଜଣେ ଯବାନ ନିଜ ପତ୍ନୀ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଗତ ଶନିବାର ଭାରତୀୟ ସେନାର ଜଣେ ଯବାନ ନିଜ ପତ୍ନୀ ଓ ତା’ର ପ୍ରେମିକ ମିିଶି ଯୌନଉଦ୍ଦୀପକ ମଲମରେ ବିଷ ମିଶାଇ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି।

ଉକ୍ତ ଯବାନ ଏନେଇ ଅହମେଦନଗର ନଗର ତାଲୁକା ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରି କହିଛନ୍ତି, ‘ମୁଁ ଛୁଟିରେ ଘରକୁ ଆସିଥିଲି। ଏହି ସମୟରେ ମୋର ପତ୍ନୀ ଗୁପ୍ତାଙ୍ଗରେ ଏକ ମଲମ ଲଗାଇବାକୁ ଦେଇଥିଲା। ଏହି ମଲମଟି ଯୌନଉଦ୍ଦୀପକରେ ସହାୟକ ହୋଇଥାଏ ବୋଲି କହିଥିଲା। ପତ୍ନୀଙ୍କ କଥାରେ ମୁଁ ସେହି ମଲମ ବ୍ୟବହାର କରିଥିଲି। ମଲମକୁ ଲଗାଇବା କିଛି ସମୟ ପରେ ଗୁପ୍ତାଙ୍ଗରେ ବହୁ ଯନ୍ତ୍ରଣା ହୋଇଥିଲା ଓ ଅସୁସ୍ଥ ହୋଇପଡ଼ିଥିଲି। ପରେ ସ୍ଥାନୀୟ ଚିକିତ୍ସକଙ୍କ ସହିତ ସମ୍ପର୍କ କରି ଘଟଣା ବିଷୟରେ ଜଣାଇଥିଲି। ସେ କହିଥିଲେ ଏହି ମଲମକୁ କୌଣସି ବିଷାକ୍ତ ପଦାର୍ଥ ସହିତ ମିଶ୍ରଣ କରାଯାଇଛି, ଯାହାକି କ୍ଷତିକାରକ। ସୌଭାଗ୍ୟବଶତଃ ମୁଁ ଏଥିରୁ ବର୍ତ୍ତି ଯାଇଥିବା କଥା ଡାକ୍ତର କହିଥିଲେ। ଏହା ପରେ ମୋତେ ପତ୍ନୀ ଉପରେ ସନ୍ଦେହ ହୋଇଥିଲା।’

By amfnews

Related Post