Sun. Sep 27th, 2026

ପ୍ରେମିକାକୁ ହତ୍ୟା କରିବାପରେ ପ୍ରାୟଶ୍ଚିତ ଲାଗି ମନ୍ଦିରକୁ ଯାଇଥିଲେ ଅଭିଯୁକ୍ତ ଡାକ୍ତର

347 Views

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସିଏଚସି ହସ୍ପିଟାଲର ନର୍ସ ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ସେ ଗିରଫ ହେବାପରେ ଚାଞ୍ଚଲ୍ୟକର ବୟାନ୍‌ ଦେଇଛନ୍ତି। ଲକ୍ଷ୍ନୌର ଚାରବାଗ୍‌ର ଏକ ହୋଟେଲରେ ଷ୍ଟାଫ୍‌ ନର୍ସ ସମତା ନିଷାଦଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଡାକ୍ତର ରାଜେଶ କୁମାର ତ୍ରିପାଠୀ ପ୍ରାୟଶ୍ଚିତ କରିବା ପାଇଁ ଚିତ୍ରକୂଟର ଏକ ମନ୍ଦିରକୁ ଯାଇଥିଲେ। ସେହି ମନ୍ଦିରରେ ଦର୍ଶନ ସାରି ସେ ମଧ୍ୟପ୍ରଦେଶର ଜବଲପୁର ସହରର ଏକ ହୋଟେଲରେ ନିଜର ଚେହେରା ବଦଳାଇ ରହିଥିଲେ। ପୁଲିସ ଅଭିଯୁକ୍ତଙ୍କର କଲ୍‌ ଲୋକେସନ୍‌ ଟ୍ରେସ କରି ଅଭିଯୁକ୍ତ ଡାକ୍ତରଙ୍କୁ ଉକ୍ତ ହୋଟେଲ୍‌ରୁ ଗିରଫ କରିବାରେ ସଫଳ ହୋଇଥିଲା ୨୦୧୧ରେ ବିଏମ୍‌ଏସ୍‌ ପାସ କରିବା ପରେ ୨୦୧୬ରେ ଚିତ୍ରକୂଟ କମିର ମାନିକପୁର ସିଏଚ୍‌ସିରେ ନିଯୁକ୍ତ ହୋଇଥିଲା।

ସେହି ସମୟରେ ସମତା ନାମ୍ନୀ ଜଣେ ଷ୍ଟାଫ ନର୍ସ ସହିତ ତାଙ୍କର ପରିଚୟ ଓ ପରେ ପ୍ରେମ ସଂପର୍କ ଗଢିଉଠିଥିଲା। ସମତା ରାଜେଶଙ୍କୁ ବାହା ହେବାକୁ ଚାପ ପକାଉଥିଲା। କିନ୍ତୁ ଏଥିପାଇଁ ରାଜି ନଥିଲେ ବିବାହିତ ରାଜେଶ। ଏ ସଂପର୍କରେ ରାଜେଶଙ୍କ ପତ୍ନୀ ସବୁ କଥା ଜାଣିଥିଲେ। ଦୁହେଁ ଏକ ହୋଟେଲରେ ରାତ୍ରିଯାପନ କରୁଥିବା ବେଳେ ଉଭୟଙ୍କ ଭିତରେ ଭିଷଣ ଝଗଡ଼ା ହୋଇଥିଲା। ତା’ପରେ ସମତାର ତଣ୍ଟି ଚିପି ହତ୍ୟା କରିଥିଲେ ରାଜେଶ।

By amfnews

Related Post