Sun. Sep 13th, 2026

ପ୍ରାର୍ଥୀପତ୍ର ଦାଖଲ କରିଲେ ପାଟକୁରାର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ

566 Views

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ଲାଗି ବିଜେଡିର ପ୍ରାର୍ଥୀଭାବେ ଆଜି ପରଲୋକଗତ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ଅଫିସରେ ନିରାଡମ୍ବରଭାବେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପୁତ୍ର ସଂଜୟ ଅଗ୍ରଓ୍ଵାଲ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ନାଆଁ ଘୋଷଣା କରିଥିଲେ।ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ଦେହାନ୍ତ ଯୋଗୁଁ ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ରହିଥିଲା। ଆସନ୍ତା ୧୯ରେ ଏଠାରେ ମତଦାନ ହେବ। ଆସନ୍ତା ୧ ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା ।ଏହାର ଦିନକ ଆଗରୁ ସାବିତ୍ରୀ ଅଗ୍ରଓ୍ଵାଲ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏବେ ପାଟକୁରାରେ ସାବିତ୍ରୀ ଅଗ୍ରଓ୍ଵାଲ , ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ମଧ୍ୟରେ ଲଢେଇ ହେବ ।

By amfnews

Related Post