Wed. Sep 23rd, 2026

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରାଇବାକୁ ବିଦ୍ୟାଳୟରେ ତାଲା ପକାଇ ରାସ୍ତା ଅବରୋଧ କଲେ ଅଭିଭାବକ

261 Views

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ୍‌ ଅଞ୍ଚଳର ଡଙ୍ଗାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଉ ବୋଲି ଦାବି କରି ସୋମବାର ସକାଳୁ ସ୍କୁଲ୍‌ରେ ତାଲା ପକାଇ କଙ୍କଡ଼ାହାଡ଼-କାମାକ୍ଷାନଗର ରାସ୍ତା ଅବରୋଧ କରି ବସିଛନ୍ତି ଅଭିଭାବକମାନେ।

ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ପଣ୍ଡାଙ୍କ ମନମୁଖୀ କାମ ବିଷୟରେ ଅଭିଭାବକମାନେ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ସେଥିରେ କୌଣସି ସୁଫଳ ନ ମିଳିବାରୁ ଆଜି ଅଭିଭାକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ଏବଂ ଦାବି ପୂରଣ ନ ହେବା ଯାଏଁ ଏହା ଚାଲୁ ରହିବ ବୋଲି କହିଛନ୍ତି।

ସ୍କୁଲ୍‌ର ତାଲା ପଡ଼ିଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାରଣ୍ଡାରେ ବସିଛନ୍ତି ଓ ଏ ବିଷୟରେ ଉପରିସ୍ଥ ସରକାରୀ ଅଧିକାରୀଙ୍କୁ ଜଣାଇଛନ୍ତି।

କଙ୍କଡ଼ାହାଡ଼ ବ୍ଲକ୍‌ ଅଧ୍ୟକ୍ଷ ଆନ୍ଦୋଳନରତ ଅଭିଭାବକଙ୍କ ନିକଟକୁ ଯାଇ ବୁଝାଶୁଝା କରାଇଥିଲେ ବି ସେମାନେ ଜିଦରେ ଅଟଳ ଅଛନ୍ତି।
କଙ୍କଡ଼ାହାଡ଼ ବ୍ଲକ୍‌ ଶିକ୍ଷା ଅଧିକାରୀ ହରିହର ଦେହୁରୀ ଗଣମାଧ୍ୟମକୁ କହିଛନ୍ତି କି, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରାଇବାକୁ ଅଭିଭାବକ ଦାବି କରୁଛନ୍ତି ଓ ତୁରନ୍ତ ତାଙ୍କୁ ବଦଳି କରାଯିବ।

By amfnews

Related Post