Wed. Sep 23rd, 2026

ପ୍ରଧାନମନ୍ତ୍ରୀ ପଦର ଦାବିଦାରିନେଇ ଏହି ବୟାନ୍‌ ଦେଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ

247 Views

ନାଗପୁର, ଜାନୁଆରୀ ୦୫ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ପ୍ରଧାନମନ୍ତ୍ରୀ ପଦର ଦାବିଦାରି ନେଇ ବୟାନ୍‌ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ ଭାରତର ଇତିହାସରେ ମରାଠୀ ମାନେ ଖୁବ୍‌ ସମୟ ଧରି ରାଜତ୍ୱ କରିଥିଲେ। ଫଡନବିସ ଆହୁରି ମଧ୍ୟ କହିଛନ୍ତି ଯେ ମରାଠୀ ମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରହିଛି। ସୁଯୋଗ ବି ଅଛି ସେମାନଙ୍କ ପାଖରେ।
ନାଗପୁରଠାରେ ଆୟୋଜିତ ଷୋଡ଼ଶ ମରାଠୀ ଜାଗରଣ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏକଥା କହିଛନ୍ତି। ଏହି ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକାରୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ଫଡନିବିସ ଏଭଳି ଟିପ୍ପଣୀ ମଞ୍ଚରେ କହି ନଥିଲେ, ବରଂ ସଭା ଶେଷ ହେବାପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କୁ ମୁଖ୍ୟ ଅତିଥି ରୂପେ ଦେଖିବାକୁ ମିଳିଥିଲା। ଦେବେନ୍ଦ୍ର ଫଡନବିସ ଏହି ଅବସରରେ ଜାତି ଓ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ନିଜର ମତ ରଖିଥିଲେ। ସେ କହିଛନ୍ତି ୨୦୫୦ ଶେଷ ସୁଦ୍ଧା କେହି ଜଣେ ମରାଠୀ ଭାରତର ପ୍ରଧାନମନ୍ତ୍ରୀ ହେବେ।

By amfnews

Related Post